ସ୍ୱାସ୍ଥ୍ୟ

ଗାଜର କୁ କାହିଁକି କୁହାଯାଏ ଇମ୍ୟୁନିଟି ବୁଷ୍ଟର

କଣ ରହିଛି ଏହାର ବିଶେଷତ୍ଵ

ଶୀତଋତୁରେ ଆମେ ପ୍ରାୟ ବଜାରରେ ଗାଜର ପ୍ରଚୁର ପରିମାଣରେ ଦେଖିବାକୁ ପାଇଥାଉ । ଯେଉଁଥିରେ ରହିଛି ଅନେକ ପୋଷାକ ତତ୍ତ୍ଵ , ଯାହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ତେଣୁକରି ବିଶେଷ ଭାବରେ ଶୀତଋତୁ ରେ ଗାଜର ଖାଇବାକୁ ଚିକିତ୍ସକ ମାନେ କହି ଥାଆନ୍ତି ।
* ଇମ୍ୟୁନିଟି ବୁଷ୍ଟର୍ – ଗାଜର ଆମର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ସହିତ ବିଭିନ୍ନ ଶୀତଋତୁ ର ରୋଗ ଠାରୁ ଦୂରେଇ ରଖିଥାଏ । ଯଦି ଆପଣ ଶୀତଋତୁ ରେ ପ୍ରତିଦିନ ଗୋଟିଏ ଗ୍ଲାସ୍ ଲେଖାଏଁ ଗାଜର ରସ ପିଇବା ଦ୍ଵାରା ଶରୀର ଥଣ୍ଡା ଜନିତ ସମସ୍ୟା ଠାରୁ ଦୂରେଇ ରହିଥାଏ । ଗାଜର ରେ ଭିଟାମିନ ବି 6 ରହିଥାଏ ।
* ତ୍ୱଚା କୁ ରଖିଥାଏ ସୁନ୍ଦର୍ – ଗଜରରେ ଅନେକ ଭିଟାମିନ ଓ କମ୍ପାଉଣ୍ଡ ରହିଥାଏ । ଗାଜର ରେ ମିଳିଥିବା ଭିଟାମିନ ସି ଆପଣଙ୍କ ତ୍ଵଚା କୋଲାଜନ୍ ପ୍ରଡକ୍ସନ କୁ ବଢାଇ ଥାଏ, ଯେଉଁ କାରଣରୁ ଆପଣଙ୍କ ଷ୍କିନ ହେଲ୍ଡି ଓ ଗ୍ଲୋଇଂ ହୋଇଥାଏ । ଏହା ବ୍ୟତୀତ ଗାଜର ରେ ଥିବା କେରଟିନ ଆପଣଙ୍କ ସ୍କିନ କୁ ବିପଦ ଦାୟକ ୟୁଭି ରେଜ୍ ରୁ ରକ୍ଷା କରିଥାଏ ।

* ଗାଜର ଲିଭର କୁ ମଜବୁତ୍ କରିଥାଏ – ଶୀତଋତୁ ରେ ଗାଜର ଖାଇବା ଦ୍ବାରା ଲିଭାର ସୁସ୍ଥ ରହିଥାଏ । କାରଣ ବିଶେଷ ଭାବରେ ଶୀତଋତୁ ରେ ଆମ ଶରୀର ଖରା ସଂସ୍ପର୍ଶରେ ଖୁବ୍ କମ୍ ରହିଥାଏ । ଯାହାଦ୍ଵାରା ପାଚନ ସମସ୍ୟା ଦେଖା ଦେଇଥାଏ । ତେଣୁ ଗାଜର ସେବନ କରିବା ଉଚିତ୍ । ତା ଛଡା ଫ୍ୟାଟି ଲିଭର ରୋଗୀ ମାନେ ନିୟମିତ ଗାଜର ସେବନ କରିବା ଉଚିତ୍ ।
* କ୍ୟାନ୍ସର ପ୍ରତିରୋଧକ – ଗାଜର ରେ ଥିବା ତତ୍ତ୍ଵ କ୍ୟାନ୍ସର ପ୍ରତିରୋଧକ ଅଟେ । ଗୋଟିଏ ଗବେଷଣା ଅନୁସାରେ ଗାଜର ରେ ଥିବା କମ୍ପାଉଣ୍ଡ ଆପଣଙ୍କୁ କ୍ୟାନ୍ସର ଠାରୁ ରକ୍ଷା କରିଥାଏ ।

Show More

Related Articles

Back to top button