ଦେଶ ବିଦେଶସ୍ୱାସ୍ଥ୍ୟ

ଜାଣନ୍ତୁ କେଉଁ ଗଛର ଛାଇରେ ବସିବା ଦ୍ୱାରା ମିଳିଥାଏ ସକାରାତ୍ମକ ଶକ୍ତି

ବାସ୍ତୁଶାସ୍ତ୍ର ଅନୁସାରେ ଓ ଶାସ୍ତ୍ର ଅନୁସାରେ ସବୁଠୁ ଅଧିକ ମହତ୍ୱ ସକାରାତ୍ମକ ଶକ୍ତିକୁ ଦିଆଯାଇଥାଏ l କୁହାଯାଏ ଯେ କଠିନ ରୁ କଠିନ କାମ ମଧ୍ୟ ସରଳ ହୋଇ ଯାଏ ସକାରାତ୍ମକ ଶକ୍ତି ଦ୍ୱାରା l ଅନେକ ଯୁଗରୁ ସକାରାତ୍ମକ ଶକ୍ତି ପାଇଁ ଗଛକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ଶାସ୍ତ୍ରବିତ ମାନେ

ଗଛ ମାନଙ୍କ ମଧ୍ୟରୁ ଏପରି କିଛି ଗଛ ଥାଏ ଯେଉଁଥିରୁ ଆମକୁ ସକାରାତ୍ମକ ଶକ୍ତି ମିଳିଥାଏ l ଆସନ୍ତୁ ଆଜି ସେହି ବିଷୟରେ ଜାଣିବା l

* କଦଳୀ ଗଛକୁ ଶୁଭ ବୋଲି କୁହାଯାଏ l ଶାସ୍ତ୍ରରେ ବର୍ଣ୍ଣନା ରହିଛି ଯଦି ଛାତ୍ର କିମ୍ବା ବିଦ୍ୟାର୍ଥୀ କଦଳୀ ଗଛ ଛାଇରେ ବସି ପାଠ ପଢ଼ିଥାଏ ତେବେ ତାକୁ ଶୀଘ୍ର ମାନେ ରୁହେ l ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ କଦଳୀ ଗଛର ଛାଇ ସ୍ମରଣ ଶକ୍ତି ବଢି଼ବାରେ ସାହାଯ୍ୟ କରିଥାଏ ଓ ତା ସହିତ ସକାରାତ୍ମକ ଶକ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ l

* ଲିମ୍ବ ଗଛକୁ ପ୍ରାୟ ସମସ୍ତେ ବାଡ଼ି ବଗିଚାରେ ଲଗାଇବା ପାଇଁ ପସନ୍ଦ କରି ଥାନ୍ତି l କୁହାଯାଏ ଯେ ଲିମ୍ବ ଗଛର ପବନ ଦ୍ୱାରା ଶରୀରର ଚର୍ମ ରୋଗ ଦୂର ହୋଇଥାଏ l ଏହା ହେଲା ବୈଜ୍ଞାନିକ ଦୃଷ୍ଟି କୋଣ l କିନ୍ତୁ ଲିମ୍ବ ଗଛରେ ମା ଦୁର୍ଗା ବାସ କରି ଥାନ୍ତି ବୋଲି ଶାସ୍ତ୍ରରେ କୁହ ଯାଇଛି l ଏହାର ଛାଇ ତଳେ ବସିଲେ ଦୁର୍ଗାଙ୍କ ଆଶୀର୍ବାଦରୁ ଶତ୍ରୁ ମାନଙ୍କର ନାଶ ହୋଇଥାଏ ଓ ସକାରାତ୍ମକ ଶକ୍ତି ମିଳିବ ସହିତ ମନକୁ ଶାନ୍ତି ମିଳିଥାଏ l

* ଆଶ୍ୱସ୍ତ ଗଛ ଅତ୍ୟନ୍ତ ଚମତ୍କାରୀ ଗଛ ଅଟେ ଓ ଏହାର ଛାଇରେ ବସିବା ମଧ୍ୟ ଅତ୍ୟନ୍ତ ଲାଭ ଦାୟକ l କିନ୍ତୁ ଦୁଇପହର ସମୟରେ ଓ ସନ୍ଧ୍ୟା ପରେ ଏହି ଗଛତଳେ ବସିବା ଉଚିତ ନୁହେଁ l ଆଶ୍ୱସ୍ତ ଗଛ ଛାଇ ତଳେ ସକାଳ ସମୟରେ ବସିବା ଦ୍ୱାରା ସକାରାତ୍ମକ ଶକ୍ତି ମିଳିଥାଏ ଓ ମନ ପ୍ରଫୁଲୀତ ରହିଥାଏ l

* ଅଁଳା ଗଛ ଗୋଟିଏ ଔଷଧୀୟ ବୃକ୍ଷ ସହିତ ଈଶ୍ୱରୀୟ ଗଛ ଅଟେ l ମାନ୍ୟତା ରହିଛି ଯେ ଅଁଳା ଗଛରେ ଶ୍ରୀହରି ବାସ କରନ୍ତି ,ଏହି ଗଛକୁ ପୂଜା କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ମିଳିଥାଏ l ଏହି ଗଛର ଛାଇରେ ବସିଲେ ଶରୀର ଓ ମନର ଯନ୍ତ୍ରଣା କମି ଯାଇଥାଏ l

Show More

Related Articles

Back to top button