ଦେଶ ବିଦେଶମୁଖ୍ୟ ଖବର

CBSE ପକ୍ଷରୁ ଷଷ୍ଠ ଶ୍ରେଣୀରୁ ନେଇ ଦଶମ ଶ୍ରେଣୀ ପାଇଁ ନୂତନ ମୂଲ୍ୟାଙ୍କନ ପ୍ରଣାଳୀ ଆରମ୍ଭ କରାଗଲା

ଆସନ୍ତୁ ଜାଣିବା ପୁରା ଖବର-

କେନ୍ଦ୍ରୀୟ ଶିକ୍ଷା ବୋର୍ଡ (CBSE) ଆଜି ରାଷ୍ଟ୍ରୀୟ ଶିକ୍ଷା ନୀତି (NEP) ୨୦୨୦ କୁ ଆଧାର କରି ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପାଇଁ ଦିଆଯାଇଥିବା ଯୋଗ୍ୟତା -ଆଧାରିତ ମୂଲ୍ୟାଙ୍କନ ଢାଞ୍ଚାକୁ ଘୋଷଣା କରିଛି l ବୋର୍ଡ ଅନୁସାରେ ,”ବର୍ତମାନର ଶିକ୍ଷା ମଡେଲ ଓ ପ୍ରତିଦିନ ର ସମସ୍ୟାକୁ ସମାଧାନ କରିବା ପାଇଁ ଆବଶ୍ୟକ ଦକ୍ଷତା କୁ ଆଧାର କରି ଛାତ୍ରଙ୍କ ଆକଳନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ l ”

କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଜୟ ରାମ ରମେଶ ରୂପରେଖା ପ୍ରସ୍ତୁତ କରି କହିଛନ୍ତି ମୁଲ୍ୟାଙ୍କନର ଉଦେଶ୍ୟ ମୁଖ୍ୟ ଭାବରେ ତିନିଟି ବିଷୟ -ଇଂରାଜୀ ,ବିଜ୍ଞାନ ଓ ଗଣିତକୁ ଛାତ୍ର ମାନଙ୍କ ଶିକ୍ଷାକୁ ପରିଣାମକୁ ସୁଧାରିବା ଆବଶ୍ୟକ l

ଏହାକୁ ଲାଗୁ କରିବା ପାଇଁ ପ୍ରଶ୍ନ ପତ୍ର ଓ ମୁଲ୍ୟାଙ୍କନ ମୋଡ଼ କୁ ୩ରୁ୪ ବର୍ଷ ଭିତରେ ପରିବର୍ତ୍ତନ କରିଦିଆଯିବ l ପ୍ରଥମ ଚରଣରେ କେନ୍ଦ୍ରୀୟ ବିଦ୍ୟାଳୟ ,ନବୋଦୟ ବିଦ୍ୟାଳୟ ,ୟୁଟି ଚଣ୍ଡୀଗଡ଼ ଓ ଦେଶର ଘରୋଇ ବିଦ୍ୟାଳୟ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ,ଯାହା ୨୦୨୪ ପର୍ଯ୍ୟନ୍ତ ଭାରତରେ ସମସ୍ତ ୨୫ ,୦୦୦ ସିବିଏସଇ ବିଦ୍ୟାଳୟରେ କ୍ରମାନ୍ୱୟ ହେବ l

ବର୍ତ୍ତମାନ ଚାଲିଥିବା ଗୋଟିଏ ବଡ଼ ପ୍ରକଳ୍ପ ଅଭ୍ୟାସର ଆଧାର ରେ ଯେଉଁଠାରେ ଗୋଟିଏ ମୋଡେଲ ପ୍ରଶ୍ନ ବ୍ୟାଙ୍କ ଓ ଆଦର୍ଶ ପାଠ୍ୟ ଯୋଜନାକୁ ସଂଗ୍ରହ ପାଇଁ ଏହି ମୁଲ୍ୟାଙ୍କନର ଉପଯୋଗ କରିବା ପାଇଁ ୪୦ ମୂଲ୍ୟାଙ୍କନ ଡିଜାଇନ ,୧୮୦ ପରୀକ୍ଷଣ ଆଇଟମ ଲେଖକ ଓ ୩୬୦ ଜଣ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ କରା ଯାଉଛି l

ସିବିଏସଇ ଅନୁସାରେ ,ଏହି ପରିଯୋଜନା ସିଧାସଳଖ ୧୫ ଜଣ ଶିକ୍ଷା ନେତା ,୨ ,୦୦୦ ସ୍କୁଲ ପ୍ରିନ୍ସପାଲଙ୍କୁ ସମର୍ଥନ କରିବ ;୧୫ ଜଣ ବରିଷ୍ଠ ସରକାରୀ ନେତା ;୧୮୦ ପରୀକ୍ଷଣ ଆଇଟମ ଲେଖକ ,୩୬୦ ମାଷ୍ଟର ଟ୍ରେନର ଯାହା ୨୫ ,୦୦୦ ସିବିଏସଇ ସ୍କୁଲ୍କୁ ପ୍ରଭାବିତ କରିବେ l ୨ ହଜାର ଜେଏନବି ଓ କେବିକେ ,୧୩୨ ହଜାର ଶିକ୍ଷକ ଓ ୨୦୨୪ ପର୍ଯ୍ୟାନ ୨୦ ମିଲିୟନ ଶିକ୍ଷାର୍ଥୀ ସାମିଲ ହେବେ l

ସମାଧାନ କରାଯାଇଥିବା ଢାଞ୍ଚାକୁ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ରେ କରାଯାଇଥିବା ପରିବର୍ତନ କୁ ଶିକ୍ଷଣ ଓ କାର୍ଯ୍ୟନ୍ଵୟନର ଗୁଣବତାରେ ସୁଧାର କରିବା ପାଇଁ ପ୍ରେରିତ କରାଯାଇଛି l ବ୍ରିଟିଶ କାଉନ୍ସିଲ ଦ୍ୱାରା ଆଲଫlପ୍ଲସ ସହିତ ୟୁକେ ର ଶିକ୍ଷା ଭାଗିଦାରୀ ଭାବରେ ,ଭାରତୀୟ ବର୍ତମାନ ଡିଜାଇନ ଓ ମୂଲ୍ୟାଙ୍କନ ମଡେଲର ବିସ୍ଲେସଣ କରିବା ପରେ ଏହି ରୂପରେଖକୁ ବିକଶିତ କରାଯାଇଛି l

Show More

Related Articles

Back to top button