ସ୍ୱାସ୍ଥ୍ୟ

ଗବେଷଣାରୁ ଖୁଲାସା : ଓଡ଼ିଶାର ଘରୋଇ ଖାଦ୍ୟ ଛତୁଆର ରହିଛି ଚମତ୍କାରୀ ଗୁଣ ,ପେଟ ପାଇଁ ରାମବାଣ

ଆମ ରାଜ୍ୟର ଗାଁ ଗହଳି ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ରହିଛି ଛତୁଆର ଚାହିଦା l ଏହି ଖାଦ୍ୟଟି ପ୍ରାୟ ଘରେ ଘରେ ପରିଚିତ ଓ ସମସ୍ତଙ୍କର ପ୍ରିୟ l ବିଶେଷ କରି ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ହିତକାରୀ l ଏହାକୁ ଗ୍ରୀଷ୍ମ ଋତୁରେ ବିଶେଷକରି ସକାଳର ଜଳଖିଆରେ ବ୍ୟବହାର କରାଯାଇଥାଏ

ବିଶେଷଜ୍ଞ ମାନଙ୍କ ମତରେ ଏଥିରେ ଥିବା ପୋଷାକ ତତ୍ୱ ଶରୀର ପାଇଁ ନିହାତି ଆବଶ୍ୟକ l ନିକଟରେ ଏକ ଗବେଷଣାରୁ ଜଣା ପଡିଛି ଯେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏବଂ ଓଜନ କମାଇବାରେ ସାହାଯ୍ୟ କରିଥାଏ ଛତୁଆ l

* ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଗ୍ରୀଷ୍ମ ଋତୁରେ ଛତୁଆ ଖାଇବା ଠାରୁ ଅନ୍ୟ କିଛି ଭଲ ଉପାୟ ନାହିଁ l ଏହା ଶରୀରକୁ ଶକ୍ତି ଦେଇଥାଏ ,ତା ଛଡା ଏହାକୁ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ଧରି ଭରି ହୋଇ ରହିଥାଏ l

* ଆଜିକାଲି ବାହାରେ ମିଳୁଥିବା ତେଲିଆ ଖାଦ୍ୟ ଓ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ ,ଏସିଡ଼ିଟି ଇତ୍ୟାଦି ଅନେକ ସମସ୍ୟାର ସମୁଖୀନ ସମସ୍ତେ ହେଉଛନ୍ତି l ତା ସହିତ ପାଚନ ତନ୍ତ୍ର ମଧ୍ୟ ଦୁର୍ବଳ ହେଉଛି l ଛତୁଆ ଫାଇବର ଓ ପ୍ରୋଟିନର ଭଣ୍ଡାର ଅଟେ , ଏହା ପେଟର ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ରାମବାଣ ଅଟେ l ଲିଭର କୁ ମଧ୍ୟ ସୁସ୍ଥ ରଖିଥାଏ l

* ଗ୍ରୀଷ୍ମ ଋତୁରେ ଛତୁଆ ସେବନ କରିବା ଦ୍ୱାରା ଲୁ ଠାରୁ ରକ୍ଷା ମିଳିଥାଏ l ଶରୀରର ତାପମାତ୍ରା ନିୟନ୍ତ୍ରିତ ରହିଥାଏ ଓ ପେଟ ଥଣ୍ଡା ରହିଥାଏ l ଯଦି ଆପଣ ରକ୍ତ ହୀନତାର ସମ୍ମୁଖୀନ ହେଉଛନ୍ତି ତେବେ ପ୍ରତେକ ଦିନ ଛତୁଆ ଖାଇବା ଦ୍ୱାରା ଏହି ସମସ୍ୟାରୁ ଆରମ୍ ମିଳିବ l

* ମଧୁମେହ ଓ ରକ୍ତଚାପ ରୋଗୀ ମାନଙ୍କ ପାଇଁ ଛତୁଆ ସେବନ କରିବା ଅତ୍ୟନ୍ତ ହିତକର l ଛତୁଆ ଶରୀରରେ ବଢୁଥିବା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ l

* ଛତୁଆରେ ଥିବା ପୋଷାକ ତତ୍ୱ ସମ୍ପୂର୍ଣ ଭାରତୀୟ ପାଣିପାଗ ପାଇଁ ଉପଯୁକ୍ତ ଅଟେ l ଏଥିରେ ଥିବା ବିଭିନ୍ନ ଲାଭ ଆମ ଶରୀର ପାଇଁ ନିହାତି ଆବଶ୍ୟକ l ତେଣୁ ପ୍ରତେକଦିନ ଗ୍ରୀଷ୍ମ ଋତୁରେ ଛତୁଆ ଖାଇବା ଦ୍ୱାରା ଡିହାଇଡ୍ରେସନରୁ ରକ୍ଷା ମିଳିଥାଏ l

Show More

Related Articles

Back to top button