ଦେଶ ବିଦେଶ

ଏହିଭଳି ବ୍ୟକ୍ତିଙ୍କ ପାଇଁ ସ୍ୱୟଂ ଈଶ୍ୱର ଖୋଲିଥାଆନ୍ତି ସ୍ୱର୍ଗର ଦ୍ୱାର

ଉତ୍ତମ ବ୍ୟବହାର କରୁଥିବା ବ୍ୟକ୍ତିକୁ ସାରା ବିଶ୍ୱରେ ସମସ୍ତେ ପ୍ରଶଂସା କରି ଥାନ୍ତି l ଧର୍ମ ,ନୀତି ବିରୁଦ୍ଧରେ କରାଯାଉଥିବା କାର୍ଯ୍ୟକୁ କେହି ଗ୍ରହଣ କରନ୍ତି ନାହିଁ l ଆମର ଦେଶରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଆଦର୍ଶର କଥା କହିଥିଲେ ମଧ୍ୟ ସେତିକି ଆଦର୍ଶବାନ ହୋଇ ନଥାନ୍ତି l କିନ୍ତୁ ଭାରତ ଭଳି ପବିତ୍ର ଭୂମିରେ ମର୍ଯ୍ୟାଦା ପୁରୁଷ ତମ ଶ୍ରୀରାମ ,ବୁଦ୍ଧ ,ସ୍ୱାମୀ ଦୟାନନ୍ଦ ,ଈଶ୍ବରଚନ୍ଦ୍ର ବିଦ୍ୟା ସାଗରଙ୍କ ଭଳି ଅନେକ ମହାନ ବ୍ୟକ୍ତି ଜନ୍ମ ହୋଇ ଭାରତର ମାଟିକୁ ପବିତ୍ର କରିଛନ୍ତି

ଯେଉଁ ବ୍ୟକ୍ତି ଏହିଭଳି ମହାପୁରୁଷଙ୍କ ଆଶ୍ରିତ ତା ପାଇଁ ସ୍ୱର୍ଗର ଦ୍ୱାରା ଆପେ ଆପେ ଖୋଲି ଯାଇଥାଏ l

* ଯେଉଁ ବ୍ୟକ୍ତ ଧର୍ମ ଓ ପବିତ୍ର ମାର୍ଗ ଅବଲମ୍ବନ କରିଥାଏ ସେ ଭଗବାନଙ୍କ ପାଖରେ ଆଶୀର୍ବାଦ ପାଇଥlଏ l ତା ଜୀବନରେ କଦାପି କୌଣସ ଦୁଃଖ ରୁହେ ନାହିଁ l କାରଣ ତା ପ୍ରତି ସମସ୍ତ ବ୍ୟକ୍ତିଙ୍କର ସ୍ନେହ ଓ ଆଶୀର୍ବାଦ ରହିଥାଏ l ଏହିଭଳି ବ୍ୟକ୍ତିମାନେ କାମ ,କ୍ରୋଧ ,ଲୋଭ ଓ ମୋହ ଠାରୁ ଅନେକ ଦୂରରେ ରହିଥାନ୍ତି l କାରଣ ଗୋଟିଏ ଭଲ ମଣିଷର ଏହିସବୁ ଇଚ୍ଛା ଗୁଡିକ ଶତ୍ରୁ ସମାନ ଅଟେ l

* ମଣିଷ ମନରେ ସର୍ବଦା ଉଦାରଶୀଳ ଭାବନା ରହିବା ଆବଶ୍ୟକ l କାରଣ ଉଦାରମନା ବ୍ୟକ୍ତି ସଭିଙ୍କ ପ୍ରତି ସମାନ ସ୍ନେହ ଓ ସହାନୁଭୂତି ରଖିଥାଏ l ଏଭଳି ବ୍ୟକ୍ତି ଭାବିଥାଏ ଯେ ସ୍ୱର୍ଗ ଓ ଈଶ୍ୱର ସମସ୍ତଙ୍କ ଶରୀରରେ ରହିଛି l

* ବ୍ୟକ୍ତି ସବୁବେଳେ ନିଜ ଭଳି ଅନ୍ୟକୁ ମଧ୍ୟ ଭାବିବା ଆବଶ୍ୟକ l ତେଣୁ ସେ କଦାପି ନିଜ ଆୟକୁ ନେଇ ଗର୍ବ ଅନୁଭବ କରିବା ଉଚିତ ନୁହେଁ l ଏହି ସଂସାରରେ ସବୁ କିଛି କ୍ଷଣସ୍ଥାୟୀ ଅଟେ l ସେହିଭଳି ଧନ ମଧ୍ୟ ସମସ୍ତଙ୍କ ନିକଟରେ ଅଧିକ ଦିନ ରହି ନଥାଏ l ଗର୍ବ ଅହଂକାରକୁ ତ୍ୟାଗ କରି ଗୋଟିଏ ଉଦାର ମନା ମଣିଷ ଭାବରେ ବଂଚିବା ଆବଶ୍ୟକ l

* କେବଳ ହିନ୍ଦୁ ଧର୍ମରେ ନୁହେଁ ସମସ୍ତ ଧର୍ମରେ ଜୀବ ହତ୍ୟା ମହାପାପ କୁହାଯାଇଛି l ତେଣୁ ଜୀବ ମାନଙ୍କ ପ୍ରତି ଦୟାଶିଳ ହେବା ଆବଶ୍ୟକ l ସବୁବେଳେ ମନରେ ଭାବିବା ଆବଶ୍ୟକ ଯେ ସମସ୍ତ ଜୀବଜଗତ ସମାନ ଅଟନ୍ତି ଓ ସମସ୍ତଙ୍କ ନିକଟରେ ଈଶ୍ୱର ଅଛନ୍ତି l

Show More

Related Articles

Back to top button