ବଲିଉଡମନୋରଞ୍ଜନସେଲିବ୍ରିଟି

ଆସନ୍ତୁ ଜାଣିବା ସଲମାନ ଓ ରଣବୀର କ୍ୟାଟ୍ରିନାଙ୍କୁ ବିବାହରେ କଣ ସବୁ ଉପହାର ଦେଇଛନ୍ତି

ଚଳିତ ବର୍ଷ ବହୁ ଚର୍ଚ୍ଚିତ ବିବାହଙ୍କ ନେଇ ଖୁବ୍‌ ଚର୍ଚ୍ଚା ଚାଲିଥିଲା । ଯାହା ଡିସେମ୍ବର ୯ରେ ବଲିଉଡ୍ର ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ବିବାହ ପରେ ଏବେ ଉପହାର ଦେବା ନେବା ଚାଲିଛି। ନିକଟରେ କ୍ୟାଟ୍ରିନା-ଭିକି ଅନେକ ସାଥୀ କଳାକାର, ବନ୍ଧୁଙ୍କ ଘିଅରେ ଲଡୁ ଏବଂ କାର୍ଡ ପଠାଇଛନ୍ତି। ସେହିପରି ଭିକିଙ୍କ ଏକ୍ସ ହର୍ଲିନ୍‌ ସେଟ୍ଟୀଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । ସେହିପରି ଭିକି ଏବଂ କ୍ୟାଟ୍ରିନାଙ୍କୁ ସେମାନଙ୍କ ନିକଟତମ ବ୍ୟକ୍ତିଙ୍କ ଠାରୁ ଅନେକ ସୁନ୍ଦର ଉପହାର ଦିଆଯାଉଛି । ହ୍ରିତିକ ରୋଶନ, ତାପସୀ ପନ୍ନୁ, ଶାହାରୁଖ ଖାନଙ୍କ ସମେତ ଅନୁଷ୍କା ଶର୍ମା ମଧ୍ୟ ମହଙ୍ଗା ଉପହାର ପଠାଇଥିବାବେଳେତାଙ୍କ ଏକ୍ସ ମଧ୍ୟ ରଣବୀର କପୁର ଏବଂ ସଲମାନ ଖାନଙ୍କ ନାମ ମଧ୍ୟ ଏହି ତାଲିକାରେ ଅଛି।

ତେବେ ଅଭିନେତାମାନେ ସେମାନଙ୍କ ବିବାହଙ୍କୁ ନେଇ ବହୁତ ଖୁସି ଅଛନ୍ତି। ଶାହରୁଖ କ୍ୟାଟ୍ରିନାଙ୍କୁ ଏକ ମହାନ ବ୍ୟକ୍ତିଙ୍କ ପେଣ୍ଟିଂ ଉପହାର ପଠାଇଛନ୍ତି, ଯାହାର ମୂଲ୍ୟ ୧.୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ହ୍ରିତିକ ରୋଶନ ଏହି ଦମ୍ପତିଙ୍କୁ ବିଏମ୍‌ଡବ୍ଲ୍ୟୁ ଜି୩୧୦ଆର୍‌ ବାଇକ ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ୩ ଲକ୍ଷ ଟଙ୍କା। ସେହିଭଳି, ତାପସୀ ପନ୍ନୁ ୧.୪ ଲକ୍ଷ ମୂଲ୍ୟର ପ୍ଲାଟିନମର ବ୍ରେସଲେଟ ଉପହାର ଦେଇଛନ୍ତି। କିନ୍ତୁ ସବୁଠାରୁ ବଡ କଥା ହେଉଛି କ୍ୟାଟ୍ରିନାଙ୍କ ପୂର୍ବତନ ପ୍ରେମିକ ସଲମାନ ଖାନ ଏବଂ ରଣବୀର କପୁର ମଧ୍ୟ ତାଙ୍କୁ ବହୁତ ମହଙ୍ଗା ଉପହାର ଦେଇଛନ୍ତି। ସଲମାନ କ୍ୟାଟ୍ରିନା-ଭିକିଙ୍କୁ ୩ କୋଟି ଟଙ୍କାର ରେଞ୍ଜ ରୋଭର ଉପହାର ଦେଇଥିବାବେଳେ ରଣବୀର କପୁର ୨.୭ କୋଟି ଟଙ୍କାର ହୀରାର ହାର ଉପହାର ଦେଇଛନ୍ତି। ଆଲିଆ ଭଟ୍ଟ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପରଫ୍ୟୁମ୍‌ରର ଗିଫ୍ଟ ଦେଇଛନ୍ତି । ଅନ୍ୟପଟେ ଅନୁଷ୍କା ତାଙ୍କ ୬.୪ ଲକ୍ଷ ଟଙ୍କାର ହୀରାର କାନଫୁଲ୍‌ ଦେଇଛନ୍ତି । ଇଣ୍ଡଷ୍ଟ୍ରିର ଲୋକମାନେ ଦମ୍ପତିଙ୍କୁ ମହଙ୍ଗା ଉପହାର ଦେଉଥିବାବେଳେ କ୍ୟାଟ୍ରିନା ନିଜେ ଭିକିଙ୍କୁ ଜୁହୁରେ ଏକ ଆପାର୍ଟମେଣ୍ଟ ମଧ୍ୟ ଉପହାର ଦେଇଛନ୍ତି ଯାହାର ମୂଲ୍ୟ ୧୫କୋଟି ଟଙ୍କା

Show More

Related Articles

Back to top button