ଦେଶ ବିଦେଶବାଣିଜ୍ୟ

ବ୍ୟାଙ୍କ କର୍ମଚାରୀଙ୍କ ୨ ଦିନିଆ ଧର୍ମଘଟ

୪ ଦିନ ବନ୍ଦ ରହିବ କାରବାର !

ଗୁରୁବାର ଓ ଶୁକ୍ରବାର ୨ ଦିନିଆ ବ୍ୟାଙ୍କ ଧର୍ମଘଟ । ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଦୁଇଦିନିଆ ଧର୍ମଘଟ ଘୋଷଣା କରିଛନ୍ତି । ଏହି ଧର୍ମଘଟ ଦ୍ବାରା ଆଜି ଓ କାଲି ବ୍ୟାଙ୍କ ସେବା ପ୍ରଭାବିତ ହେବ । ତେବେ ଆସନ୍ତା ଶନିବାର ମାସର ୩ୟ ଶନିବାର ହୋଇଥିବାରୁ ବ୍ୟାଙ୍କଗୁଡ଼ିକ ଖୋଲା ରହିପାରେ । କିନ୍ତୁ କେତେକ ରାଜ୍ୟରେ ସ୍ଥାନୀୟ ଛୁଟି ଯୋଗୁଁ ବ୍ୟାଙ୍କଗୁଡ଼ିକ ଶନିବାର ବି ବନ୍ଦ ରହିବ । ତାହାର ପରଦିନ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ଫଳରେ କ୍ରମାଗତ ୪ ଦିନ ବ୍ୟାଙ୍କ କାରବାର ବନ୍ଦ ରହିବାର ଆଶଙ୍କା ରହିଛି।

ଦେଶର ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ୟୁନିଅନର ମିଳିତ ମଂଚ ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (ୟୁଏଫବିୟୁ) ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଏହି ଧର୍ମଘଟ ଯୋଗୁଁ ବ୍ୟାଙ୍କ କାରବାର ବନ୍ଦ ନେଇ ଷ୍ଟେଟ ବ୍ୟାଙ୍କ, ପଂଜାବ ନ୍ୟାସନାଲ ବ୍ୟାଙ୍କ ସେଣ୍ଟ୍ରାଲ ବ୍ୟାଙ୍କ, ଆରବିଏଲ ଆଦି ବ୍ୟାଙ୍କ ଷ୍ଟକ ବଜାରକୁ ଅବଗତ କରିଛନ୍ତି । ଦେଶରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ସଫଳ ଋପାୟନ ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଅଗ୍ରଣୀ ଭୂମିକା ନେଉଥିବାବେଳେ ଘରୋଇକରଣ ହେଲେ ସାଧାରଣ ଲୋକେ ପ୍ରଭାବିତ ହେବେ ବୋଲି ୟୁନିଅନର ଆବାହକ କହିଛନ୍ତି ।

Show More

Related Articles

Back to top button