ବଲିଉଡମନୋରଞ୍ଜନ

ଆର୍ଯ୍ୟନଙ୍କୁ ପ୍ରତି ସପ୍ତାହର ଏନସିବି ଅଫିସ୍‌ରେ ହାଜର ହେବାକୁ ପଡିବ ନାହିଁ

ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ବହୁତ ବଡ ଝଟ୍‌କା। ବର୍ତ୍ତମାନ ପ୍ରତି ଶୁକ୍ରବାର ଆସିବାକୁ ପଡିବନି ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ୍‌।

ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଆର୍ଯ୍ୟନ୍‌ଙ୍କୁ ମିଳିଛି ବଡ ଆଶ୍ୱସ୍ତି। ଆଉ ପ୍ରତି ଶୁକ୍ରବାର ଆଉ ତାଙ୍କୁ ଏନ୍‌ସିବି ଅଫିସରେ ହାଜର ହେବାକୁ ପଡିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ। ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ସଂଶୋଧନ ଆବେଦନକୁ ସ୍ୱୀକାର କରି ବମ୍ବେ ହାଇକୋର୍ଟ ତାଙ୍କ ସପକ୍ଷରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଡ୍ରଗ୍ସ ମାମଲାରେ ହେଉଥିବା ତଦନ୍ତରେ ଆର୍ଯ୍ୟନ ଏନ୍‌ସିବିକୁ ସହଯୋଗ କରିବେ। ଏନ୍‌ସିବି ଯେତେବେଳେ ଡାକିବ ସେ ତାଙ୍କ ଆଗରେ ହାଜର ହେବେ। କିନ୍ତୁ ଆର୍ଯ୍ୟନ୍‌ଙ୍କୁ ସମନ ପଠାଇବାର ୭୨ ଘଣ୍ଟା ପୂର୍ବରୁ ଏନ୍‌ସିବି ତାଙ୍କୁ ନୋଟିସ୍‌ ଦେବାକୁ ପଡିବ।

ଅନ୍ୟପକ୍ଷରେ, ଆର୍ଯ୍ୟନ ଖାନଙ୍କୁ ସହର ବାହାରେ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଯିବା ପୂର୍ବରୁ ଏନସିବିକୁ ଜଣାଇବାକୁ ପଡିବ ବୋଲି କହିଛନ୍ତି କୋର୍ଟ। କିନ୍ତୁ ଏବେ ଏହି ନିଷ୍ପତ୍ତି ପରେ ଆର୍ଯ୍ୟନ୍‌ଙ୍କୁ ବଡ ଆଶ୍ୱସ୍ତି ମିଳିଛି। ନିକଟରେ ଜାମିନ ସର୍ତ୍ତାବଳୀରେ ସଂଶୋଧନ କରିବାକୁ ନେଇ ଆର୍ଯ୍ୟନ୍‌ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନ ଅନୁଯାୟୀ, ପ୍ରତ୍ୟେକ ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ହାଜର ନିୟମ ହଟାଇବାକୁ ଅନୁରୋଧ କରାଯାଇଥିଲା। ଏହି ମାମଲାରେ ଆଜି ଆର୍ଯ୍ୟନଙ୍କ ଓକିଲ ଅମିତ ଦେଶାଇ ଏବଂ ଏନସିବିର ଓକିଲ ଶ୍ରୀରାମ ଶିରଥ କୋର୍ଟରେ ହାଜର ହୋଇଥିଲେ।

Show More

Related Articles

Back to top button