ବଲିଉଡମନୋରଞ୍ଜନ

ଶନୟା କପୁର କରୋନା ସଂକ୍ରମିତ

କହିଲେ- ୪ ଦିନ ପୂର୍ବରୁ ନେଗେଟିଭ୍ ଆସିଥିଲା ରିପୋର୍ଟ

ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନୟା କପୁର କରୋନା ସଂକ୍ରମିତ ହୋଇଛନ୍ତି। ଷ୍ଟାର କିଡ୍ ଦୁଇ ଦିନ ପୂର୍ବରୁ କହିଥିଲେ ଯେ କରୀନା କପୁର ଖାନ, ଅମୃତା ଆରୋଡା ଏବଂ ସୀମା ଖାନଙ୍କ ସହ ତାଙ୍କ ମା ମହିପ କପୁର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଶନୟା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ‘କୋଭିଡ -୧୯ ର ଟେଷ୍ଟ ରିପୋର୍ଟ ପଜେଟିଭ୍ ଆସିଛି।

ବର୍ତ୍ତମାନ ସୁଦ୍ଧା, ମୋର ସାମାନ୍ୟ ଲକ୍ଷଣ ଅଛି, କିନ୍ତୁ ମୁଁ ଭଲ ଅନୁଭବ କରୁଛି ଏବଂ ନିଜକୁ କ୍ୱାରେଣ୍ଟାଇନ୍ କରିଛି। ମୋର ଟେଷ୍ଟ ରିପୋର୍ଟ ଚାରି ଦିନ ପୂର୍ବରୁ ନେଗେଡିଭ୍ ଆସିଥିଲା, କିନ୍ତୁ ଯେତେବେଳେ ମୁଁ ପୁନର୍ବାର ପରୀକ୍ଷା କଲି,ରିପୋର୍ଟ ପଜେଟିଭ୍ ଆସିଲା।’ ନିକଟରେ ତାଙ୍କ ସହ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ସେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଆପଣ ମୋ ସମ୍ପର୍କରେ ଆସିଛନ୍ତି ଦୟାକରି ନିଜର ଟେଷ୍ଟ କରାଇ ନିଅନ୍ତୁ।

Show More

Related Articles

Back to top button