ଦେଶ ବିଦେଶ

ଆସନ୍ତୁ ଜାଣିବା କଣ ରହିଛି ସୂର୍ଯ୍ୟ ପୂଜାର ମହତ୍ୱ

ରବିବାର ଦିନଟି ଭଗବାନ ସୂର୍ଯ୍ୟଦେବଙ୍କ ଆରାଧନା କରାଯାଇଥାଏ l ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ପ୍ରତିଦିନ ସୂର୍ଯ୍ୟଙ୍କ ପୂଜା କରିପାରୁନାହିଁ ସେହି ବ୍ୟକ୍ତି ରବିବାର ଦିନ ସୂର୍ଯ୍ୟପୂଜା କରିପାରିବ

ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ଦ୍ୱାରା ବୁଦ୍ଧି ,ବିବେକ ,ବଳ ଓ ବୈଭବ ମିଳିଥାଏ l ସୂର୍ଯ୍ୟଦେବଙ୍କୁ ସନ୍ତୁଷ୍ଟ କରିବା ଅତ୍ୟନ୍ତ ସହଜ ଅଟେ l ସେଥିପାଇଁ କିଛିଟା ଉପାୟ ଗ୍ରହଣ କରିବାକୁ ପଡିବ l

-ମାନ୍ୟତା ରହିଛି ଯେ ରବିବାରଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ବେଳକୁ ବିଶେଷ ଭାବରେ ଧ୍ୟାନ ଦେବେ ,ନାଲି ରଙ୍ଗର ଫୁଲ ,ଅକ୍ଷତ ,ସିନ୍ଦୁର ଇତ୍ୟାଦି ଦ୍ୱାରା ଅର୍ଘ୍ୟ ଦେବା ଆବଶ୍ୟକ l ଏହାପରେ ଯେ କୌଣସି ମିଠା ଜିନିଷ ମଧ୍ୟ ପ୍ରସାଦ ଭାବରେ ଅର୍ପଣ କରିବା ନିହାତି ଜରୁରୀ ଅଟେ l

-ରବିବାରଦିନ ଗାଈକୁ ରୁଟି ଖାଇବାକୁ ଦେବା ନିହାତି ଜରୁରୀ ଅଟେ l କାରଣ ଏହାଦ୍ୱାରା ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ମିଳିଥାଏ l

-ରବିବାରଦିନ ମାଛ ମାନଙ୍କୁ ଅଟା ଖାଇବାକୁ ଦେବା ଶୁଭ ଅଟେ l ଯଦି ଏହା ସମ୍ଭବ ହେଇଉନାହିଁ ତେବେ ପିମ୍ପୁଡି ମାନଙ୍କୁ ଚିନି ମଧ୍ୟ ଖାଇବାକୁ ଦେଇ ପାରିବେ l ଏହାଦ୍ୱାରା ଆପଣଙ୍କ ରିଷ୍ଟ ଖଣ୍ଡନ ହେବା ସହିତ ଆଶୀର୍ବାଦ ପ୍ରାପ୍ତ ହେବ l

-ଏହିଦିନ ତମ୍ବାର ଜିନିଷ କିଣିବା କିମ୍ବା ବିକିବା ଅଶୁଭ ଅଟେ l

-ରବିବାରଦିନ ସାକାହାରୀ ଖାଦ୍ୟ ଖାଇବା ଆବଶ୍ୟକ l ଜେହାଦ୍ୱାର ମନରେ ସକାରାତ୍ମକ ଶକ୍ତି ଜାଗ୍ରତ ହେବ l

Show More

Related Articles

Back to top button