ଜୀବନଚର୍ଯ୍ୟାଦେଶ ବିଦେଶ

ରବିବାର ଦିନ କରନ୍ତୁ ଏହି ଵାସ୍ତୁ ଉପାୟ : ଖୋଲିବ ଭାଗ୍ୟର ଦ୍ୱାର

ଆଜି ରବିବାର ଓ ରବିବାର ଦିନ ବାସ୍ତୁଶାସ୍ତ୍ରରେ ଅନେକ ମହତ୍ୱ ରହିଛି l ମନିପ୍ଲାଣ୍ଟ ଗୋଟିଏ ଏପରି ଗଛ ଯାହା ଆପଣଙ୍କର ଅନେକ ଅସୁବିଧାକୁ ମଧ୍ୟ ଦୂର କରିପାରିବ l ଆଜିର ବାସ୍ତୁଶାସ୍ତ୍ରରେ ମନିପ୍ଲାଣ୍ଟ ମହତ୍ୱ ବିଷୟରେ କୁହାଯାଇଛି

ରବିବାରଦିନଟି ସୂର୍ଯ୍ୟ ପୂଜା ସହିତ ବସ୍ତୁ ଦୃଷ୍ଟିରୁ ମନିପ୍ଲାଣ୍ଟର ମଧ୍ୟ ଅନେକ ମହତ୍ୱ ରହିଛି ,ଏହି ଦିନ ମନିପ୍ଲାଣ୍ଟକୁ ଏପରି କିଛି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ l

ଆମେ ପ୍ରାୟ ଅଧିକାଂଶ ଲୋକଙ୍କ ଘର ଭିତରେ କିମ୍ବା ଘର ବାହାରେ ମନିପ୍ଲାଣ୍ଟ ଦେଖିଥାଉ l ମନିପ୍ଲାଣ୍ଟ ସୁଖ ଓ ସମୃଦ୍ଧିର ପ୍ରତୀକ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି l ଏହି ଗଛଟି ନକାରାତ୍ମକ ଉର୍ଜା ରହୁଥିବା ଘରେ ଆଦୌ ଭଲରେ ବୃଦ୍ଧି ହୋଇନଥାଏ l ଏମିତିରେ କୁହାଯାଏ ଯେ ମନିପ୍ଲାଣ୍ଟ ଯାହା ଘରେ ଥାଏ ତା ଘରେ ଆର୍ଥିକ ସ୍ଥିତି ଭଲ ରୁହେ ,କିନ୍ତୁ ବେଳେବେଳେ ଏହା ଓଲଟା ଅସର ମଧ୍ୟ ଦେଖାଇଥାଏ l କିନ୍ତୁ କିଛିଟା ଉପାୟ ରବିବାରଦିନ କରିବା ଦ୍ୱାରା ମଧ୍ୟ ଏହି ଅସୁବିଧାକୁ ଦୂର କରାଯାଇ ପାରିବ l

ଲାଲ ରଙ୍ଗ ସ୍ନେହ ,ପ୍ରେମ ,ଯଶ ଓ ଉନ୍ନତିର ପ୍ରତୀକ ଅଟେ l ରବିବାର ଦିନ ନାଲି ରଙ୍ଗର ସାଲୁ କନା ସାହାଯ୍ୟରେ କିଛି ଉପାୟ କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ l ତେବେ ଆସନ୍ତୁ ଜାଣିବା –

– ରବିବାରଦିନ ସକାଳୁ ସ୍ନାନ ସାରି ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ l ପୂଜା ସାରିବା ପରେ ଗୋଟିଏ ନାଲି ରଙ୍ଗର କପଡା ତାଙ୍କ ପାଦତଳେ ରଖନ୍ତୁ ,ମା ଲକ୍ଷ୍ମୀଙ୍କ ଆରତୀ କରିସାରି କପଡ଼ାରେ ସିନ୍ଦୁର ଲଗାନ୍ତୁ , ଏହାପରେ ମା ଲକ୍ଷ୍ମୀଙ୍କୁ ଧ୍ୟାନକରି ମନିପ୍ଲାଣ୍ଟ ମୂଳରେ ଏହି ନାଲି କାପଡ଼ାକୁ ବାନ୍ଧି ଦିଅନ୍ତୁ l ଏପରି କରିବାର ଖୁବ କମ ଦିନରେ ଆପଣ ଫରକ ଜାଣି ପାରିବେ l

Show More

Related Articles

Back to top button