ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ଛତୁଆ ସ୍ୱାସ୍ଥ୍ୟ ପାଇଁ ରାମବାଣ ସଦୃସ

ଆସନ୍ତୁ ଜାଣିବା କେଉଁ ରୋଗରୁ ଉପଶମ ମିଳିବ

ଗୋଟେ ଟଙ୍କା ବି କେତେ ସାହାଯ୍ୟରେ ଆସିପାରେଆମ ରାଜ୍ୟର ଗାଁ ଗହଳି ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ରହିଛି ଛତୁଆର ଚାହିଦା l ଏହି ଖାଦ୍ୟଟି ପ୍ରାୟ ଘରେ ଘରେ ପରିଚିତ ଓ ସମସ୍ତଙ୍କର ପ୍ରିୟ l ବିଶେଷ କରି ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ହିତକାରୀ l ଏହାକୁ ଗ୍ରୀଷ୍ମ ଋତୁରେ ବିଶେଷକରି ସକାଳର ଜଳଖିଆରେ ବ୍ୟବହାର କରାଯାଇଥାଏ l ବିଶେଷଜ୍ଞ ମାନଙ୍କ ମତରେ ଏଥିରେ ଥିବା ପୋଷାକ ତତ୍ୱ ଶରୀର ପାଇଁ ନିହାତି ଆବଶ୍ୟକ l ନିକଟରେ ଏକ ଗବେଷଣାରୁ ଜଣା ପଡିଛି ଯେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏବଂ ଓଜନ କମାଇବାରେ ସାହାଯ୍ୟ କରିଥାଏ ଛତୁଆ l

* ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଗ୍ରୀଷ୍ମ ଋତୁରେ ଛତୁଆ ଖାଇବା ଠାରୁ ଅନ୍ୟ କିଛି ଭଲ ଉପାୟ ନାହିଁ l ଏହା ଶରୀରକୁ ଶକ୍ତି ଦେଇଥାଏ ,ତା ଛଡା ଏହାକୁ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ଧରି ଭରି ହୋଇ ରହିଥାଏ l

* ଆଜିକାଲି ବାହାରେ ମିଳୁଥିବା ତେଲିଆ ଖାଦ୍ୟ ଓ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ ,ଏସିଡ଼ିଟି ଇତ୍ୟାଦି ଅନେକ ସମସ୍ୟାର ସମୁଖୀନ ସମସ୍ତେ ହେଉଛନ୍ତି l ତା ସହିତ ପାଚନ ତନ୍ତ୍ର ମଧ୍ୟ ଦୁର୍ବଳ ହେଉଛି l ଛତୁଆ ଫାଇବର ଓ ପ୍ରୋଟିନର ଭଣ୍ଡାର ଅଟେ , ଏହା ପେଟର ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ରାମବାଣ ଅଟେ l ଲିଭର କୁ ମଧ୍ୟ ସୁସ୍ଥ ରଖିଥାଏ l

* ଗ୍ରୀଷ୍ମ ଋତୁରେ ଛତୁଆ ସେବନ କରିବା ଦ୍ୱାରା ଲୁ ଠାରୁ ରକ୍ଷା ମିଳିଥାଏ l ଶରୀରର ତାପମାତ୍ରା ନିୟନ୍ତ୍ରିତ ରହିଥାଏ ଓ ପେଟ ଥଣ୍ଡା ରହିଥାଏ l ଯଦି ଆପଣ ରକ୍ତ ହୀନତାର ସମ୍ମୁଖୀନ ହେଉଛନ୍ତି ତେବେ ପ୍ରତେକ ଦିନ ଛତୁଆ ଖାଇବା ଦ୍ୱାରା ଏହି ସମସ୍ୟାରୁ ଆରମ୍ ମିଳିବ l

* ମଧୁମେହ ଓ ରକ୍ତଚାପ ରୋଗୀ ମାନଙ୍କ ପାଇଁ ଛତୁଆ ସେବନ କରିବା ଅତ୍ୟନ୍ତ ହିତକର l ଛତୁଆ ଶରୀରରେ ବଢୁଥିବା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ l

* ଛତୁଆରେ ଥିବା ପୋଷାକ ତତ୍ୱ ସମ୍ପୂର୍ଣ ଭାରତୀୟ ପାଣିପାଗ ପାଇଁ ଉପଯୁକ୍ତ ଅଟେ l ଏଥିରେ ଥିବା ବିଭିନ୍ନ ଲାଭ ଆମ ଶରୀର ପାଇଁ ନିହାତି ଆବଶ୍ୟକ l ତେଣୁ ପ୍ରତେକଦିନ ଗ୍ରୀଷ୍ମ ଋତୁରେ ଛତୁଆ ଖାଇବା ଦ୍ୱାରା ଡିହାଇଡ୍ରେସନରୁ ରକ୍ଷା ମିଳିଥାଏ l

Show More

Related Articles

Back to top button