ଦେଶ ବିଦେଶ

ଆସନ୍ତୁ ଜାଣିବା ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ କୃଷ୍ଣ ଦେଇଥିବା ଉତ୍ତର ବିଷୟରେ

ଆମେ ନିଜର ଦୈନିକ ଜୀବନରେ ଯଦି ଧ୍ୟାନରେ ଦେଖିବା ତା’ହେଲେ ପାଇବା ଆମେ ବହୁତ ଥର ଏମିତି ଦୁବର୍ଳକୁ ଦେଖିଛେ,ଆଉ ଏହା ଭାବିକରି ଚୁପ୍ ହୋଇ ଯାଉକି ଏଥିରୁ ଆମକୁ କ’ଣ ମିଳିବ ? ସେ ମୋର ତ କିଛି କ୍ଷତି କରିନାହିଁ.. ତା’ର ଉତ୍ତର ଦେବା ମୋର କାମ ନୁହେଁ

ଆମେ ପ୍ରତିଦିନର ନିୟମ ବିରୁଦ୍ଧରେ କେମିତି ଯିବୁ.. ଆମେ ସବୁବେଳେ ଅର୍ଜୁନଙ୍କ ଭଳି ଶସ୍ତ୍ର ତ୍ୟାଗ କରିଦେଉ ଆଉ କହୁକି ଆମେ ସହିଷ୍ଣୁ,ଆମକୁ ଶାନ୍ତି ଦରକାର,ଆମକୁ ଯୁଦ୍ଧ କରିବା ଦରକାର ନାହିଁ ।

ସତ୍ୟ ଏହା ଯେ ସହିଷ୍ଣୁତାର ନାଁରେ ଅନ୍ୟାୟର ପ୍ରତିରୋଧ ନ କରିବା ଅଧର୍ମ ଅଟେ । ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହା କହିଥିଲେ,ଆମେ କୌଣସି ଅନ୍ୟାୟ କିମ୍ବା ଅତ୍ୟାଚାରୀକୁ ଏଥିପାଇଁ କ୍ଷମା କରିପାରିବାନି ଯେ ସେ ଆମ ନିଜର,ପଡୋଶୀ, ବନ୍ଧୁ ବାନ୍ଧବ ଅଟନ୍ତି..ନାଁ! ଅନ୍ୟାୟ ପ୍ରତିରୋଧ ହେବା ଦରକାର । ସେଥିପାଇଁ ତାକୁ ତା’ର ଦଣ୍ଡ ମିଳିବା ଦରକାର ।

ଶାସ୍ତ୍ର କୁହେ କେବେ ଅପାତ୍ରକୁ ଦାନ ଦେବା କଥା ନୁହେଁ । ଆଉ ପୁଣି କେମିତି ଅପାତ୍ରକୁ କ୍ଷମା-ଦାନ ଦେଇ ଦେବା ? ଅପାତ୍ରକୁ କ୍ଷମା କରିବା ମଧ୍ୟ ଅଧର୍ମର ଶ୍ରେଣୀରେ ଆସେ । ଭଗବାନ ଶ୍ରୀକୃଷ୍ଣ ନଜିର ଯୁଗରେ କୌଣସି ଅପରାଧୀକୁ କ୍ଷମା କରି ନଥିଲେ ।

ଯେମିତି କଂସକୁ,ପୁତନାକୁ,କୌରବଙ୍କୁ ନା ଶିଶୁପାଳକୁ । ଏପରି ଭୀଷ୍ମ-ଦ୍ରୋଣଙ୍କୁ ମଧ୍ୟ..ଯୁଧିଷ୍ଠିର ଆଉ ଅର୍ଜୁନଙ୍କୁ ମଧ୍ୟ କ୍ଷମା କରିନଥିଲେ । ଆହୁରି ଶେଷରେ ଶ୍ରୀକୃଷ୍ଣ ନିଜର ନାତି-ନାତୁଣୀଙ୍କୁ ମଧ୍ୟ ଦଣ୍ଡିତ କରିଥିଲେ । ଏହା ଧର୍ମ…ଯାହାର ସ୍ଥାପନା କରିବାକୁ ଶ୍ରୀକୃଷ୍ଣ ଆସିଥିଲେ । ସେଥିପାଇଁ ଆମକୁ ଅର୍ଜୁନଙ୍କ ପ୍ରଶ୍ନଙ୍କୁ ନୁହେଁ ଶ୍ରୀକୃଷ୍ଣଙ୍କ ଉତ୍ତରକୁ ମନେ ରଖିବା ଉଚିତ୍।

Show More

Related Articles

Back to top button