ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ଭାବିଥିବା କାମ ସ˚ପୂର୍ଣ୍ଣ କରିନେବେ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ। ସାମାଜିକ ଉତ୍ସବରେ ସହଯୋଗ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

କର୍କଟ: କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ପୁରୁଣା ଚୁକ୍ତିରୁ ଲାଭ ମିଳିପାରେ। ଘରୋଇ କାମ ନେଇ ପରିବାର ଲୋକଙ୍କ ସହିତ ଆଲୋଚନା କରିବେ।

ସି˚ହ: ଆର୍ଥିକ ସମସ୍ୟାର ସମାଧାନ ହେବ। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଟେଲି କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

କନ୍ୟା: ଆପଣଙ୍କର ସବୁ କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଘରକୁ ନୂଆ ବନ୍ଧୁ ଆସିବେ। ଖୁସି ହୋଇ ଅଧିକ ଖର୍ଚ୍ଚ କରିପାରନ୍ତି।

ତୁଳା: ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ। ଅନ୍ୟ ଲୋକମାନଙ୍କୁ ସାହାଯ୍ୟ କରିବାର ଅବସର ପାଇବେ। ବ୍ୟବସାୟରେ ଅଧିକ ଲାଭ ହେବ।

ବିଛା: ବିବାଦ ଠାରୁ ଦୂରରେ ରୁହନ୍ତୁ। ବ୍ୟବସାୟରେ ସଉଦା ଲାଗି ଦୂର ସ୍ଥାନକୁ ଯିବେ। ବିଜ୍ଞାନ ଛାତ୍ର କିଛି ନୂଆ ବିଷୟରେ ଶିକ୍ଷା ଲାଭ କରିବେ।

ଧନୁ: ଲାଗିରହିଥିବା ବିବାଦର ସମାଧାନ ହୋଇପାରେ। ସାମାଜିକ କାର୍ଯ୍ୟ ଲାଗି ଆପଣ ସମ୍ମାନିତ ହୋଇପାରନ୍ତି। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ।

ମକର: ନୂଆ ଲୋକଙ୍କ ସହିତ ଆଲୋଚନା ଲାଭପ୍ରଦ ହେବ। ବେପାର ଉଦ୍ୟୋଗରେ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ।

କୁମ୍ଭ: ସାମାଜିକ କାର୍ଯ୍ୟରେ ଯୋଗ ଦେବା ପାଇଁ ସମୟ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କର ଅଧୢୟନରେ ମନ ଲାଗିବ।

ମୀନ: ବନ୍ଧୁ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। କର୍ମଜୀବୀ ମହିଳାଙ୍କୁ ଅଫିସରେ ପଦୋନ୍ନତି ମିଳିବ।

Show More

Related Articles

Back to top button