ଓଡ଼ିଶାମୁଖ୍ୟ ଖବରରାଶିଫଳସ୍ୱତନ୍ତ୍ର

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ

ନବନିର୍ବାଚିତ ରାଜ୍ୟସଭା ସାଂସଦ ଭାବେ ଗୋପନୀୟତାର ଶପଥ ନେଇଛନ୍ତି ମାନସ ମଙ୍ଗରାଜ ଓ ସୁଲତା ଦେଓ । ଶପଥ ଗ୍ରହଣ ଉତ୍ସବରେ ନିଜ ପରିବାର ସହିତ ୨ ସାଂସଦ ସାମିଲ ହୋଇଥିଲେ । ମାନସ ମଙ୍ଗରାଜ ଓ ସୁଲତା ଦେଓ ଆଜି ଶପଥ ନେଉଥିବାବେଳେ, ପରବର୍ତ୍ତି ସମୟରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ସସ୍ମିତ ପାତ୍ର ।

ତେବେ ପ୍ରଥମେ ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ କାର୍ଯ୍ୟରତ ଥଲେ । ପରେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିଲେ । ବିରୋଧୀ କୌଣସି ପ୍ରାର୍ଥୀ ଦେଇନଥିବାରୁ  ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।

 

Show More

Related Articles

Back to top button