ରାଶିଫଳସ୍ୱାସ୍ଥ୍ୟ

ପୁଣି କରୋନା ପଜିଟିଭ ହେଲେ ବିଗ ବି

ପୁଣି କରୋନା ପଜିଟିଭ ହେଲେ ବିଗ ବି । ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ବିଗ ବି ଅମିତାଭ ବଚ୍ଚନ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ , ମୋ ସଂସ୍ପର୍ଶରେ ଆସିଥିବା ଯେକୌଣସି ବ୍ୟକ୍ତି ତୁରନ୍ତ କରୋନା ଟେଷ୍ଟ କରନ୍ତୁ । ତେବେ ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ଶରୀରରେ କରୋନାର ସାମାନ୍ୟ କିଛି ଲକ୍ଷଣ ଥିବାରୁ ସେ ଆଇସୋଲେସନରେ ଅଛନ୍ତି

ସୂଚନା ଯୋଗ୍ୟ, ଅମିତାଭ ବଚ୍ଚନ ଦ୍ୱିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୨୦୨୦ରେ ସେ କରୋନାରେ ଆକ୍ରାନ୍ତ ହେବା ସହ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ତାଙ୍କ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣି ଆରାଧ୍ୟାଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।

 

Show More

Related Articles

Back to top button