ଜୀବନଚର୍ଯ୍ୟା

ଆସନ୍ତୁ ପଢିବା ଦାନ୍ତ ସଫା କରିବାର ଘରୋଇ ଉପଚାର ବିଷୟରେ

ମୁଖ ମଣ୍ଡଳରେ ହସ ଦେଖିଲେ ସମସ୍ତେଏ ପସନ୍ଦ କରିଥାନ୍ତି l ହସ ପାଇଁ ଆମର ବ୍ୟକ୍ତିତ୍ୱ ଉନ୍ନତ ହୋଇଥାଏ l ଏହି ବ୍ୟକ୍ତିତ୍ୱ ପାଇଁ ଯେଉଁ ଜିନିଷର ଅଧିକ ବ୍ୟବହାର ହୁଏ ତାହା ହେଲା ଦାନ୍ତ l ଚମକୁଥିବା ଦାନ୍ତ କେବେଳ ମସ୍ଥ୍ୟ ପାଇଁ ହିତକର ନୁହେଁ ,ଏହା ଆପଣଙ୍କର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ଅଧିକ ବଢ଼ାଇ ଦେଇଥାଏ

ଅଧିକାଂଶ ସମୟ ରାସାୟନିକ ଯୁକ୍ତ ଜିନିଷକୁ ବ୍ୟବହାର କରିବା ଦ୍ୱାରା ଦାନ୍ତ ହଳଦିଆ ପଡିଯାଇଥାଏ l ସେଥିପାଇଁ ଅଧିକାଂଶ ଲୋକ ଏହି ହଳଦିଆ ପଣରୁ ନିଜକୁ ଦୁରେଇ ରଖିବା ପାଇଁ ଓ ଚମକୁଥିବା ଦାନ୍ତ ପାଇବା ପାଇଁ ହଜାର ହଜାର ତାଙ୍କ ଖର୍ଚ କରିଥାନ୍ତି l କିନ୍ତୁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପଚାର କହୁଛି ଯାହାକୁ ଆପଣ ଆପଣେଇଲେ ଆପଣଙ୍କୁ ଧଳା ଚିକଚିକ ଦାନ୍ତ ମିଳିବ l

* ସେଓରେ ପ୍ରସ୍ତୁତ ଭିନେଗାର -ସେଓରେ ପ୍ରସ୍ତୁତ ଭିନେଗାର ଦାନ୍ତର ହଳଦିଆ ପଣକୁ ଦୂର କରିଥାଏ l ସେଥିପାଇଁ ଆପଣ ଏକ କପ ପାଣିରେ ଏକ ଚାମଚ ସେଓ ଭିନେଗାର ମିଶାନ୍ତୁ l ବ୍ରସ କରିବା ପୂର୍ବରୁ ଏହି ପାଣିକୁ କୁଳି କରନ୍ତୁ l ସପ୍ତାହକୁ ପାଖାପାଖି ଦୁଇରୁ ତିନିଥର ଏହପରି କରି ଲାଭ ପାଆନ୍ତୁ l

* ବେକିଙ୍ଗ ସୋଢା ଓ ଲେମ୍ବୁ ରସ -ଦାନ୍ତର ହଳଦିଆ ପଣକୁ ଆପଣ ଦୂର କରିବା ପାଇଁ ବେକିଙ୍ଗ ସୋଢା ଓ ଲେମ୍ବୁ ରସର ଘରୋଇ ଉପଚାର କରି ପାରିବେ l ସେଥିପାଇଁ ଆପଣ ଏକ ଚାମଚ ଲେମ୍ବୁ ରସରେ ଏକ ଚାମଚ ବେକିଙ୍ଗ ସୋଢା ମିଶାନ୍ତୁ l ବର୍ତ୍ତମାନ ଏହି ପେଷ୍ଟକୁ ଦାନ୍ତରେ ଘସନ୍ତୁ l ପାଖାପାଖି ଦୁଇରୁ ତିନି ମିନିଟ ଏପରି କରିବା ପରେ କୁଳି କରି ପାଟି ଧୋଇ ଦିଅନ୍ତୁ l ସପ୍ତାହକୁ ମାତ୍ର ଦୁଇଥର ଏପରି କରି ପାରିବେ l

* କଦଳୀ ଚୋପା -କଦଳୀରେ ଭରପୁର ମାତ୍ରାରେ ପୋଟାସିୟମ ,ମାଙ୍ଗାନିଜ ଓ ମ୍ୟାଗନେସିୟମ ଭଳି ମିନେରାଲ ମିଳିଥାଏ l ଯାହା ଦାନ୍ତକୁ ଚମକାଇବାରେ ସାହାଯ୍ୟ କରିଥାଏ l ସେଥିପାଇଁ ପାଚିଲା କଦଳୀର ଚୋପାକୁ ନେଇ ତାର ଭିତର ଅଂଶକୁ ପ୍ରତେକ ଦିନ ଦାନ୍ତରେ ୨ମିନିଟ ରଗଡ଼ନ୍ତୁ l କିଛି ସମୟ ପରେ ପାଟିକୁ ଧୋଇନେବେ l

* ସୋରିଷ ତେଲ ଓ ଲୁଣ -ସୋରିଷ ତେଲ ଓ ଲୁଣ ଦାନ୍ତର ହଳଦିଆ ପଣକୁ ଦୂରେଇବାରେ ସାହାଯ୍ୟ କରିଥାଏ l ସେଥିପାଇଁ ଅଧା ଚାମଚ ସୋରିଷ ତେଲରେ କିଛି ଲୁଣ ମିଶାନ୍ତୁ l ତାପରେ ଏହାକୁ ଆଙ୍ଗୁଠି ସାହାଯ୍ୟରେ ଦାନ୍ତରେ ଲଗାନ୍ତୁ l ତାପରେ ପାଟି କୁଳିକରି ଧୁଅନ୍ତୁ l

* ଲିମ୍ବ ଦାନ୍ତକାଠି -ଲିମ୍ବ ଦାନ୍ତକାଠି ମଧ୍ୟ ଦାନ୍ତର ହଳଦିଆ ପଣରୁ ରକ୍ଷାକରି ଥାଏ l ସେଥିପାଇଁ ଆପଣ ଲିମ୍ବ ଗଛରୁ ସତେଜ ଦାନ୍ତକାଠି ଆଣି ଦାନ୍ତ ଘସନ୍ତୁ l ଏହିପରି ଆପଣ ପ୍ରତେକ ଦିନ କଲେ ଆପଣଙ୍କୁ ସୁନ୍ଦର ଦାନ୍ତ ମିଳିବ l

Show More

Related Articles

Back to top button