ସ୍ୱାସ୍ଥ୍ୟ

ମଧୁମେହ ରୋଗର ଚିକିତ୍ସା ପାଇଁ ସୁପରଫୁଡ ହେଉଛି ସେଲାଡ଼

ମଧୁମେହ ହେଊଛି ଦୁନିଆର ପ୍ରଚଳିତ ସ୍ୱାସ୍ଥ୍ୟ ସମସ୍ୟା ମାନଙ୍କ ମଧ୍ୟରୁ ଗୋଟିଏ ପ୍ରମୁଖ ରୋଗ l ଏହି ରୋଗ ରକ୍ତ ଶର୍କରା ମାତ୍ରା ସହିତ ଉପର ତଳ କରିବାରେ ଯୋଡି ହୋଇଥାଏ l ବିଶ୍ୱ ସ୍ତରରେ ଲକ୍ଷ ଲକ୍ଷ ଲୋକ ପୀଡିତ ହୋଇଥାନ୍ତି ମଧୁମେହ ସହିତ l ଏହି ରୋଗ ଠିକ ନହୋଇ ପାରିଲେ ମଧ୍ୟ ଆପଣ ଚାହିଁଲେ ଏହାକୁ କିଛି ମାତ୍ରାରେ ନିୟନ୍ତ୍ରିତ କରି ପାରିବେ

ମଧୁମେହ ରୋଗୀ ମାନଙ୍କୁ ରିଫାଇନ ଯୁକ୍ତ ଅଟା ,ଶସ୍ୟ ପ୍ରଭୃତି ସେବନ କରିବାରୁ ଦୁରେଇ ରହିବା ଆବଶ୍ୟକ l ଶର୍କରା ଯୁକ୍ତ ଖାଦ୍ୟ ଯେପରିକି ବିସ୍କୁଟ ଓ ପେଷ୍ଟ୍ରି ଇତ୍ୟାଦି ରକ୍ତ ଶର୍କରା ସ୍ତରକୁ ବଢ଼ାଇ ପରେ l ସେହି ଭଳି ସୁଗାର ଯୁକ୍ତ ଫଳର ରସ ଭୂମିକା ମଧ୍ୟ ମଧୁମେହ ପାଇଁ ହାନି କାରକ l ବେଳେବେଳେ ମହୁ ,ଗୁଡ଼ ଇତ୍ୟାଦି ମଧୁମେହ ପାଇଁ ସମସ୍ୟା ସୃତି କରିଥାଏ l ତେଣୁ କରି ଆପଣଙ୍କ ରୋଷେଇ ଘରେ ଥିବା ମେଥି ଦାନାକୁ ଆପଣ ମଧୁମେହ ପାଇଁ ବ୍ୟବହାର କରି ପାରିବେ l ମେଥି ଦାନାକୁ ମଧୁମେହ ପାଇଁ ସୁପର ଫୁଡ ବୋଲି କୁହାଯାଇଥାଏ l

ମେଥି ଦାନା କେବଳ ଫାଇବରରେ ଭରପୁର ଅଟେ l ତା ସହିତ ଏଥିରେ ଆଣ୍ଟିଆକ୍ସିଡେଣ୍ଟର ମାତ୍ର ରହିଥାଏ l ଫାଇବର ଓ ଆଣ୍ଟିଆକ୍ସିଡେଣ୍ଟ ମିଶି ପୁରୁଣା ରୋଗର ସ୍ଥିତି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରନ୍ତି l ଗବେଷଣା ଅନୁସାରେ ପ୍ରତେକ ଦିନ ମେଥି ଦାନାକୁ ୧୦ ଗ୍ରାମ ନେଇ ଗରମ ପାଣିରେ ବତୁରାନ୍ତୁ l ଏହି ଦାନାକୁ ସେବନ କରିବା ଦ୍ୱାରା ଦୁତୀୟ ପ୍ରକାରର ମଧୁମେହ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ l ନହେଲେ ମେଥି ଦାନାରେ ଗଜକ ପ୍ରସ୍ତୁତ କରି ଖାଇ ପାରିବେ l ସେଥିପାଇଁ କିଛି ମେଥି ଦାନାକୁ ନେଇ ପାଣିରେ ବତୁରାନ୍ତୁ ,ଚାରି ଘଣ୍ଟାପରେ ବତୁରି ଗଲା ପରେ ଏହାକୁ କପଡ଼ାରେ ବନ୍ଦୀ ରାତିସାରା ରଖି ଦିଅନ୍ତୁ l ସକାଳୁ ଏହି ମେଥି ଗଜକୁ ଖାଲି ପେଟରେ ଖାନ୍ତୁ l

ମେଥି ଦାନାରେ ସାଲଡ ପ୍ରସ୍ତୁତ କରିବାର ଉପାୟ –

ଗୋଟିଏ ଗିନା ମେଥି ଦାନା କିମ୍ବା ମେଥି ଗଜା ନିଅନ୍ତୁ l ଏହି ମଞ୍ଜିର ସ୍ୱାଦ ପିତାଟେ l ସେଥିପାଇଁ ଆପଣ ସ୍ବାଦକୁ ସନ୍ତୁଳିତ କରିବା ପାଇଁ ସାଲାଡ଼ରେ ଅନ୍ୟ ସାମଗ୍ରୀ ସବୁ ମିଶାଇ ପାରିବେ ,କିଛି କଟା ପିଆଜ,କଟା ଟମାଟ ,ସିଝା ମକlମଞ୍ଜି ,ଧନିଆ ପତ୍ର ,ସୈନ୍ଧବ ଲବଣ ,ଗୋଲମରିଚ ଗୁଣ୍ଡ ଓ ସାମାନ୍ୟ ଲେମ୍ବୁ ରସ ମିଶାଇ ସାଲାଡ଼ ପ୍ରସ୍ତୁତ କରନ୍ତୁ l ଏହାପରେ ଏହାକୁ ନିଜ ଜଳଖିଆରେ ଗ୍ରହଣ କରନ୍ତୁ l

Show More

Related Articles

Back to top button