ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଘରେ ଥିବା ମାଟିର ମାଠିଆ ଆଣିବ ଜୀବନରେ ସୌଭାଗ୍ୟ

ତେବେ ଆସନ୍ତୁ ଜାଣିବା କିପରି-

ଆଗକାଳରେ ଲୋକମାନେ ନିଜ ଘରେ ମାଟିର ମାଠିଆ ରଖୁଥିଲେ l ପିଇବା ପାଣି ଏହି ମାଠିଆରେ ରହୁଥିଲା l ସାଧାରଣତଃ ଗରମ ଦିନରେ ଲୋକମାନେ ମାଠିଆ ପାଣି ଅଧିକ ବ୍ୟବହାର କରୁଥିଲେ l କାରଣ ମାଠିଆର ପାଣି ପ୍ରାକୃତିକ ଭାବରେ ଥଣ୍ଡା ଅଟେ ଓ ସ୍ୱାସ୍ଥ୍ୟ ପାଇଁ ହିତକର l କିନ୍ତୁ ଆପଣ କଣ ଜାଣିଛନ୍ତି କି ଏହି ମାଠିଆ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ,ବରଂ ଆପଣଙ୍କ ଜୀବନର ଖୁସି ପାଇଁ ମହତ୍ୱପୂର୍ଣ୍ଣ ଅଟେ l ମାଟିର ଗୋଟିଏ ମାଠିଆ ଆପଣଙ୍କ ଜୀବନରେ ସୌଭାଗ୍ୟ ଆଣି ପରେ l ଏହା ସହିତ ଯୋଡି ହୋଇଥିବା କିଛି ଉପାୟ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବ ସହିତ ବାସ୍ତୁ ଶାସ୍ତ୍ର ମଧ୍ୟ ଠିକ ରହିବ l ଆଜି ଆମେ ଆପଣଙ୍କୁ ମାଟି ମାଠିଆ ବିଷୟ ସହିତ ଯୋଡି ହୋଇଥିବା କିଛି ଖାସ କଥା କହୁଛୁ l

* ସବୁବେଳେ ପାଣି ଭର୍ତ୍ତିକରି ରଖିବେ -ଏହି କଥାର ସବୁବେଳେ ଧ୍ୟାନ ରଖନ୍ତୁ ଯେ ମାଟି ମାଠିଆକୁ କେବେବି ଖାଲି ରଖିବେ ନାହିଁ l ମାଟିର ସୁରେଇ ଓ ମାଠିଆରେ ସବୁବେଳେ ପାଣି ଭର୍ତି କରି ରଖିବା ଆବଶ୍ୟକ l ଯଦି ଆପଣଙ୍କୁ ସୁରେଇ ମିଳୁନାହିଁ ତେବେ ମାଠିଆରେ ପାଣିଭରିକରି ରଖି ପାରିବେ l

* ଉତ୍ତର ଦିଗରେ ରଖିବା ଆବଶ୍ୟକ -ବାସ୍ତୁଶାସ୍ତ୍ରରେ ମାଟି ମାଠିଆର ଅନେକ ମହତ୍ୱ ରହିଛି l ବସ୍ତୁ ଅନୁସାରେ ଘରେ ମାଟିର ମାଠିଆ କିମ୍ବା ସୁରେଇ କୁ ଉତର ଦିଗରେ ରଖିବା ବଶ୍ୟକ l କୁହାଯାଏ ଯେ ଉତର ଦିଗ ଜଳ ଦେବତା ବରୁଣ ଦେବଙ୍କ ଦିଗ ଅଟେ ,ସେଥିପାଇଁ ଏହି ଦିଗରେ ମାଠିଆରେ ପାଣି ଭାରି ରଖିଲେ ଉତ୍ତମ ଫଳ ମିଳିଥାଏ l

* ମାନସିକ ଦୁଶ୍ଚିନ୍ତା ଦୂର ହୁଏ -କୁହାଯାଏ ଯଦି ମାଟି ମାଠିଆରେ କୌଣସି ବୃକ୍ଷକୁ ପାଣି ଦିଆଯାଏ ତେବେ ଉକ୍ତ ବ୍ୟକ୍ତି ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଆନ୍ତି l ଏହାର ଅର୍ଥ ମାନସିକ ଦୁଶ୍ଚିନ୍ତାକୁ କମ କରିବା ପାଇଁ ଏହା ମୁଖ୍ୟ ଭୂମିକା ଗ୍ରହଣ କରେ l

* ଆର୍ଥିକ ପରିସ୍ଥିତି ସୁଧୀରି ଥାଏ -ମାଟିର ମାଠିଆ ଆର୍ଥିକ ପରିସ୍ଥିତିକୁ ମଧ୍ୟ ସୁଧାରିବାରେ ସାହାଯ୍ୟ କରିଥାଏ l କୁହାଯାଏ ଯେ ପାଣି ଭର୍ତି ମାଟି ମାଠିଆ ଆଗରେ ଦୀପ ଜଳାଇବା ଦ୍ୱାରା ଘରେ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ l

* ସମ୍ପର୍କ ଭଲ ରହିଥାଏ -ଦାଯୀ ଘରେ ସଜାଇବା ପାଇଁ ଛୋଟଛୋଟ ମାଟି ମାଠିଆ ରଖାଯାଏ ତେବେ ପିତାମାତାଙ୍କ ସହିତ ସମ୍ପର୍କ ମଧୁର ରହିଥାଏ l

Show More

Related Articles

Back to top button