ଜୀବନଚର୍ଯ୍ୟା

ଧନତେରସରେ ଏହି ସବୁ ଜିନିଷ କିଣିବା ମନା, ରଖନ୍ତୁ ଧ୍ୟାନ

ସମସ୍ତେ ଏହିଦିନ କିଣା କିଣି କରିବାର କଥା ଜାଣିଛନ୍ତି ,କିନ୍ତୁ କେଉଁ ଜିନିଷ କିଣିବେ ଓ କଣ କିଣିବେନି ତାହା ହୁଏତ ଖୁବ କମ ଲୋକ ଜାଣି ଥିବେ, ତେବେ ଆସନ୍ତୁ ଜାଣିବା ସେ ବିଷୟରେ

କାର୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଧନତେରସ ପାଳନ କରାଯାଇଥାଏ l ଧନତେରସ ଦୀପାବଳୀ ପୂର୍ବରୁ ପାଳନ କରାଯାଇଥାଏ l ଚଳିତ ବର୍ଷ ଧନତେରସ ନଭେମ୍ବର ୧୩ ତାରିଖରେ ପଡିବ l ଧନତେରସ ରେ କିଣାକିଣିର ବିଶେଷ ମହତ୍ୱ ରହିଛି l ଏହି ଦିନ ଲୋକମାନେ ସୁନା ,ଚାନ୍ଦି ,ଇତ୍ୟାଦି କିଣାକିଣି କରିଥାନ୍ତି , କାହିଁକି ନ ତାଙ୍କ ଘରକୁ ସୁଖ ଓ ସମୃଦ୍ଧି ଆସୁ l ଧନତେରସ ରେ କିଛି ନୂଆ ଜିନିଷ କିଣିଲେ ବର୍ଷ ସାରା ଘରକୁ ସୁଖ ସମୃଦ୍ଧି ଆସିଥାଏ l ଏହିପରି ମାନ୍ୟତା ରହିଛି ଯେ ସୁନା ଚାନ୍ଦି ଓ ବାସନ କିଣିବା ଦ୍ୱାରା ସାରା ବର୍ଷ ମା ଲକ୍ଷ୍ମୀଙ୍କର କୃପା ମିଳିଥାଏ l ସମସ୍ତେ ଏହିଦିନ କିଣା କିଣି କରିବାର କଥା ଜାଣିଛନ୍ତି ,କିନ୍ତୁ କେଉଁ ଜିନିଷ କିଣିବେ ଓ କଣ କିଣିବେନି ତାହା ହୁଏତ ଖୁବ କମ ଲୋକ ଜାଣି ଥିବେ l ଆଜି ଆମେ ଆପଣଙ୍କୁ କଣ କିଣିବେ ନାହିଁ ସେ ବିଷୟରେ କହିବୁ l

*ଲୁହା ଜିନିଷ

ଧନତେରସ ରେ ଲୁହା ଜିନିଷ କିଣିବା କିମ୍ବା ଲୁହାରେ ତିଆରି ଜିନିଷ କିଣିବା ଉଚିତ ନୁହେଁ l ଏହି ଦିନ ଘରକୁ ମଧ୍ୟ ଆଣିବେ ନାହିଁ l ଯଦି ଆପଣ ଏହିଦିନ ଲୁହାରେ ତିଆରି ଜିନିଷ ଘରକୁ ଆଣିବେ ତେବେ ରାହୁଙ୍କର ଅଶୁଭ ଛାୟା ଘରେ ପଡିବ l ଆପଣମାନେ ଜାଣିଛନ୍ତି ଯେ ରହୁ ଙ୍କର ଅଶୁଭ ଦୃଷ୍ଟି ଘର ଉପରେ ପଡିବା ଠିକ ନୁହେଁ l କାରଣ ରାହୁ କ୍ରୋଧିତ ହେଲେ ତାଙ୍କୁ ଶାନ୍ତ କରିବା ଖୁବ କଷ୍ଟକର l

*କାଚ ଜିନିଷ

କାଚ ଜିନିଷର ସମ୍ପର୍କ ମଧ୍ୟ ରାହୁ ଙ୍କ ସହିତ ରହିଛି l ତେଣୁ କାଚ ଜିନିଷ କିଣିବାରୁ ଦୁରେଇ ରୁହନ୍ତୁ l

*ଷ୍ଟିଲ ଜିନିଷ

ଧନତେରସ ଦିନ ବାସନ କିଣିବାର ପରମ୍ପରା ଖୁବ ପୁରୁଣା ଅଟେ l ଏହା କେଉଁ ପୁରୁଣା ଯୁଗରୁ ରହିଛି l ଷ୍ଟିଲ ଲୁହାର ଅନ୍ୟ ଏକ ରୂପ ବୋଲି କୁହାଯାଏ l ତେଣୁକରି କୁହାଯାଏ ଷ୍ଟିଲ ବାସନ କିଣିବା ଉଚିତ ନୁହେଁ l ଷ୍ଟିଲ ବଦଳରେ ଆପଣ ଚାହିଁଲେ ତମ୍ବl ର କିଛି ଜିନିଷ କିଣି ପାରିବେ l

*କଳାରଙ୍ଗର ବସ୍ତୁ

ଧନତେରସ ଦିନ କଳା ରଙ୍ଗର କୌଣସି ବସ୍ତୁ କିଣିବେ ନାହିଁ l କାରଣ ଏହିଦିନଟି ଗୋଟିଏ ଶୁଭଦିନ ଅଟେ l କଳାରଙ୍ଗ ଦୁର୍ଭାଗ୍ୟର ପ୍ରତୀକ ଅଟେ ,ଏହିଦିନ ଯଦି ସମ୍ଭବ କଳାରଙ୍ଗର ବସ୍ତ୍ର ମଧ୍ୟ ପରିଧାନ କରନ୍ତୁ ନାହିଁ l

*ତୀକ୍ଷଣ ଓ ଧାରୁଆ ଜିନିଷ

ଆପଣ ଏହିଦିନ ଛୁରୀ କଇଁଚି କଟୁରୀ ଇତ୍ୟାଦି ଘରକୁ ଅଣାନ୍ତୁ ନାହିଁ l କାରଣ ଏଗୁଡିକ କିଣିବା ଦ୍ୱାରା ଘରେ କଳହ ଉପୁଜି ଥାଏ l

କଣ କିଣିବେ ଧନତେରସ ରେ

ଏହିସବୁ ବସ୍ତୁ ସ୍ଥାନରେ ଆପଣ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ସୁନା ଚାନ୍ଦି ସ୍ଥାନରେ ତମ୍ବା ,ପିତଳ ,କଂସା ର ଯେ କୌଣସି ଜିନିଷ କିଣି ପାରିବେ l ତା ସହିତ ଝାଡୁ କିଣିବା ଶୁଭ ଅଟେ ,କାରଣ ଝାଡ଼ୁରେ ମା ଲକ୍ଷ୍ମୀ ବାସ କରିଥାନ୍ତି l ଆହୁରି ମଧ୍ୟ ଝାଡୁ ଦ୍ୱାରା ଘରର ନାକରାତ୍ମକ ଶକ୍ତି ଦୁରେଇ ଯାଇ ଥାନ୍ତି l ଆପଣ ଜାଣିଛନ୍ତି ଯେ ମାଟି ଗୋଟିଏ ପବିତ୍ର ଜିନିଷ l ଆପଣଙ୍କ ସକ୍ଷମ ଅନୁସାରେ ଏହିଦିନ ମାଟିର କିଛି ଜିନିଷ ମଧ୍ୟ ଘରକୁ ଆଣି ପାରିବେ ,ଯେପରିକି ମାଟି ଦୀପ l ଏହା ଆପଣଙ୍କ ଘରେ ଦୀପାବଳି ଦିନ ବ୍ୟବହାର ମଧ୍ୟ ହୋଇପାରିବ l ଏହିଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ l

Show More

Related Articles

Back to top button