Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବଢୁଛି ଶୀତର ପ୍ରକୋପ

ସାରା ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ ବଢୁଥିବାର ଦେଖିବାକୁ ମିଳିଛି  ।ଶୀତ ଅନୁଭୂତ ହେଉଥିବା ବେଳେ ଅଞ୍ଚଳ ମଧ୍ୟରେ ରାଜ୍ୟରେ ୪ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳେ ରହିଛି ।

ସାରା ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ ବଢୁଥିବାର ଦେଖିବାକୁ ମିଳିଛି  ।ଶୀତ ଅନୁଭୂତ ହେଉଥିବା ବେଳେ ଅଞ୍ଚଳ ମଧ୍ୟରେ ରାଜ୍ୟରେ ୪ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳେ ରହିଛି ।

ସୋନପୁର ସବୁଠୁ ଥଣ୍ଡା ସହର ଅର୍ଥାତ ତାପମାତ୍ରା ୧୧.୮ ଡିଗ୍ରୀ ରହିଛି । ଏହାପରେ  ଅନୁଗୁଳ, ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ାରେ ଶୀତର ପ୍ରକୋପ ବଢିଛି ।

ଅନୁଗୁଳରେ ୧୨.୬, ଦାରିଙ୍ଗବାଡ଼ିରେ ୧୪, ଝାରସୁଗୁଡ଼ାରେ ୧୪.୧ ଓ କେନ୍ଦୁଝରରେ ୧୫.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱର ଓ କଟକର ତାପମାତ୍ରା ଯଥାକ୍ରମେ ୨୦.୬ ଓ ୧୯ ଡିଗ୍ରୀ ରେକର୍ଡ କରାଯାଇଛି।

ଆଗାମୀ ଦିନେ ଦୁଇ ଦିନ ଭିତରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଏ ଶୁଷ୍କ ବାୟୁ ଓଡ଼ିଶା ଭିତରକୁ ପ୍ରବେଶ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଜିଲ୍ଲାଗୁଡ଼ିରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଓ ଦକ୍ଷିଣ ଓଡ଼ିଶାର ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ଖସିବା ସମ୍ଭାବନା ରହିଛି।

Show More

Related Articles

Back to top button