ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ଯୋଜନା ଅନୁସାରେ କାମ ସ˚ପୂର୍ଣ୍ଣ ହୋଇଯିବ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବେକାରଙ୍କୁ ରୋଜଗାର ମିଳିପାରେ। ବ୍ୟବସାୟରେ ଲାଭ ହେବ।

ବୃଷ: ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। ଟେଣ୍ଟ୍ ହାଉସ୍ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଭ୍ରମଣରେ ସମୟ ବିତିବ। ପରିବାରରେ ସମସ୍ତଙ୍କୁ ଆନନ୍ଦ ମିଳିବ।

ମିଥୁନ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ବେପାରରେ ବୃଦ୍ଧି ଘଟିବ। ପ୍ରେମୀଯୁଗଳ ଦର୍ଶନୀୟ ସ୍ଥାନକୁ ବୁଲି ଯିବେ।

କର୍କଟ: ପରିବାରରେ ଏକତା ଓ ପ୍ରେମ ବଢ଼ିବ। ମନରେ କିଛି ନୂଆ କରିବାର ଇଚ୍ଛା ଜାଗ୍ରତ ହେବ। ପାଠପଢ଼ା କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି।

ସି˚ହ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଆପଣ କୌଣସି ସମ୍ମାନିତ ବ୍ୟକ୍ତିଙ୍କ ସହିତ ମିଶିବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

କନ୍ୟା: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଜୀବନସାଥୀଙ୍କ ସହଯୋଗରେ ଆର୍ଥିକ ସ୍ଥିତିରେ ସୁଧାର ହେବ। ପ୍ରେମିକ-ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ତୁଳା: ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି ଲଗାତାର ପ୍ରୟାସ କରିବେ ଏବ˚ ସଫଳ ହେବେ। କୌଣସି ପୁରୁଣା ବନ୍ଧୁ ସହିତ ମିଶିବା ଲାଗି ଇଚ୍ଛା ହେବ।

ବିଛା: ପଡ଼ୋଶୀ ପୁରୁଣା କଥା ପାସୋରି ବନ୍ଧୁତାର ହାତ ବଢ଼ାଇବେ। ମନକୁ ଶାନ୍ତି ମିଳିବ। କାମ ପ୍ରତି ଆପଣଙ୍କ ସମର୍ପିତ ଭାବ ଦେଖି ଅଧିକାରୀ ପ୍ରଭାବିତ ହେବେ।

ଧନୁ: କିଛି ନୂଆ ଅନୁଭବ ପ୍ରାପ୍ତ ହେବ। କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଟଙ୍କାପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ।

ମକର: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବନ୍ଧୁଙ୍କ ସହିତ ମଜା ମସ୍ତିରେ ସମୟ ବିତିବ। ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ।

କୁମ୍ଭ: ଇଷ୍ଟଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ରାଜନୀତିକ ଲୋକଙ୍କ ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ମଜଭୁତ ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ।

ମୀନ: ଆପଣଙ୍କର ସବୁ ଇଚ୍ଛା ପୂରଣ ହୋଇଯିବ। ବ୍ୟବସାୟ କାମରେ ବାହାରକୁ ଯିବେ। କଳାକାରଙ୍କ ଲାଗି ଦିନଟି ଭଲ। ଧନଲାଭ ଯୋଗ ରହିଛି।

Show More

Related Articles

Back to top button