Breaking PLUSଦେଶ ବିଦେଶମୁଖ୍ୟ ଖବର

ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୮ ଜଣଙ୍କ ଜୀବନ

ରାଜସ୍ଥାନର ୫୨ ନମ୍ବର ଜାତୀୟ ରାଜପଥର ପକ୍କା ବନ୍ଦା ଟୋଙ୍କ ଜିଲା ସଦର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଟ୍ରେଲର ଓ ଜିପ ମଧ୍ୟରେ ଧକ୍କା ହୋଇ ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଛି।

ରାଜସ୍ଥାନର ୫୨ ନମ୍ବର ଜାତୀୟ ରାଜପଥର ପକ୍କା ବନ୍ଦା ଟୋଙ୍କ ଜିଲା ସଦର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଟ୍ରେଲର ଓ ଜିପ ମଧ୍ୟରେ ଧକ୍କା ହୋଇ ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ, ୨ ମହିଳା, ୨ ଜଣ ଶିଶୁ ରହିଛନ୍ତି। ସଦର ଥାନା ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା ଟ୍ରେଲର ସହ ଜିପର ଖୁବ ଜୋରରେ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ୪ ଜଣ ଆହତ ହେବା ସହ ଏକ ୩ ବର୍ଷର ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆହତଙ୍କୁ ଚିକିତ୍ସା ପାଇଁ ଜୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ।

Show More

Related Articles

Back to top button