ଶିଶୁର ଉଚତା ନେଇ ଚିନ୍ତିତ ଥିଲେ, ଆପଣାନ୍ତୁ ଏହି ଘରୋଇ ଉପଚାର
ସେମିତିରେ ଦେଖିବାକୁ ଗଲେ ମନୁଷ୍ୟର ଉଚତା ବଂଶାନୁକ୍ରମିକ ହୋଇଥାଏ ,କିନ୍ତୁ ଶରୀରର ସଠିକ ମାତ୍ରାରେ ବଢିବା ପାଇଁ ଖାଦ୍ୟରେ ପ୍ରଚୁର ମାତ୍ରାରେ ପୋଷକତତ୍ୱ ମଧ୍ୟ ରହିବ ବଶ୍ୟକ
ବୈଜ୍ଞାନିକ ମାନଙ୍କ ମତରେ ଅଧିକାଂଶ କ୍ଷତ୍ରରେ ଦେଖା ଯାଇଥାଏ ଯେ ଗୋଟିଏ ନିର୍ଦ୍ଧିଷ୍ଟ ବୟସରେ ପହଁଚିବା ପରେ ମଣିଷର ଉଚତା ବଢିବା ପାଇଁ ଅସୁବିଧା ହୋଇଥାଏ l କିନ୍ତୁ ଆପଣ ହୁଏତ ଜାଣି ନଥିବେ ଏଭଳି ଅନେକ ଖାଦ୍ୟ ପଦାର୍ଥ ଅଛି ଯାହା ଆମର ହାଡ଼ ଓ ଗଣ୍ଠିକୁ ମଝବୁତ କରିବା ସହିତ ଉଚତା ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ l
ଶାରୀରିକ ବିକାଶ ,ଟିସୁ ତିଆରି କରିବା ଓ ଇମ୍ୟୁନ ସିଷ୍ଟମ ଠିକ ରହିବାରେ ପ୍ରୋଟିନର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଅଟେ l ଏହା ବ୍ୟତୀତ କ୍ୟାଲସିୟମ ,ଭିଟାମିନ-ଡ଼ ,ମ୍ୟାଗନେସିୟମ ଇତ୍ୟାଦି ହାଡ଼କୁ ମଝବୁତ କରିଥାନ୍ତି l ଯେଉଁ ପିଲା ମାନଙ୍କର ଉଚତା ବଢିବା ଅଟକି ଯାଇଥାଏ ,ସେମାନଙ୍କ ଶାରୀରିକ ବିକାଶ ପାଇଁ କିଛି ଜିନିଷ ଅତ୍ୟନ୍ତ ଉପଯୋଗୀ ହୋଇପାରେ ଆସନ୍ତୁ ସେ ବିଷୟରେ ଜାଣିବା l
ମଞ୍ଜି ଯୁକ୍ତ ପାରିବ -ମଞ୍ଜି ଯୁକ୍ତ ପରିବାରେ ପ୍ରୋଟିନ ବ୍ୟତୀତ ଅନେକ ପୋଷକତତ୍ୱ ରହିଛି l ପ୍ରୋଟିନ ଇନ୍ସୁଲିନର ସ୍ଥରକୁ ବଢାଇବାର କାମ କରିଥାଏ l ଏହି ପ୍ରକାର ପାରିବ ଗୁଡିକ ଆଇରନ ଓ ଭିଟାମିନ-ବି ରେ ଭରପୁର ଅଟେ l ଯେପରିକି ବିନ୍ସ ,ଝୁଡୁଙ୍ଗ ,ମଟର ,ସଜନା ଛୁଇଁ ଇତ୍ୟାଦି l
କୁକୁଡ଼ା ମାଂସ -ପ୍ରୋଟିନ ଓ ଅଧିକଂଶ ନିୟୁଟ୍ରିଏସ୍ନରେ ଭରପୁର ଚିକେନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l କୁକୁଡ଼ା ମାଂସରେ ଭିଟାମିନ-ବି୧୨ ପ୍ରଚୁର ପରିମାଣରେ ରହିଛି l ଏହା ଏକ ଏପରି ଭିଟାମିନ ଯାହା ଉଚତା ବଢାଇବାର କାମ କରିଥାଏ l
ଆଲମଣ୍ଡ -ଆଲମଣ୍ଡରେ ଥିବା ଅନେକ ପ୍ରକାରର ଭିଟାମିନ ଓ ମିନେରାଲ ଉଚତା ବଢାଇବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ l ଏହା ବ୍ୟତୀତ ଏଥିରେ ଭିଟାମିନ-ଇ ଓ ମ୍ୟାଗନେସିୟମ ରହିଛି l ଗୋଟିଏ ଗବେଷଣା ଅନୁସାରେ ଆମ ହାଡ଼କୁ ସୁଦୃଢ ଓ ଲାମ୍ବା କରିବାରେ ଆଲମଣ୍ଡ ନିହାତି ଆବଶ୍ୟକ l
ଦହି -ଦହିରେ ପ୍ରୋଟିନ ବ୍ୟତୀତ ଅନେକ ପ୍ରକାରର ପୋଷକତତ୍ୱ ରହିଛି l ୨୦୦ ଗ୍ରାମ ଦହିରେ ୨୦ ଗ୍ରାମ ପ୍ରୋଟିନ ରହିଛି l ଦହି ହାଡ଼କୁ ମଝବୁତ କରିବା ସହିତ ଏଥିରେ କ୍ୟାଲସିୟମ ,ମ୍ୟାଗନେସିୟମ ଓ ଫସଫରସ ପ୍ରଚୁର ପରିମାଣରେ ରହିଥିବା ହେତୁ l ଉଚତା ବଢ଼ିବାରେ ସାହାଯ୍ୟ କରିଥାଏ l