ଲିଭରକୁ ସୁସ୍ଥ ରଖିବା ପାଇଁ ଏହି ସବୁ ଖାଦ୍ୟ ଆପଣାନ୍ତୁ
ଲିଭର ହେଉଛି ଆମ ଶରୀରର ଏକ ମୁଖ୍ୟ ଅଙ୍ଗ l ଏହା ରକ୍ତ ତିଆରି କରିବା ଓ ସମ୍ପୂର୍ଣ୍ଣ ଶରୀରରେ ରକ୍ତ ପହଞ୍ଚାଇବାର କାମ କରିଥାଏ l ସୁସ୍ଥ ଜୀବନ ବିତାଇବା ପାଇଁ ଜାଣିବା ଆବଶ୍ୟକ ଯେ ଖାଇବା ପିଇବାର ବିଶେଷ ଧ୍ୟାନ ରଖିବା ଉଚିତ ବିଶେଷଜ୍ଞ ମାନଙ୍କ ମତରେ ଶରୀରରେ ଥିବା ରକ୍ତ ଲିଭର ସହିତ ସିଧା ସଳଖ ସମ୍ବଦ୍ଧ ରଖିଥାଏ
ଲିଭରକୁ ସୁରକ୍ଷିତ ରଖିବା ପାଇଁ ପ୍ରାକୃତିକ ଖାଦ୍ୟ ଅଧିକ ମାତ୍ରାରେ ଖାଇବା ଉଚିତ l ଫାଷ୍ଟ ଫୁଡ ,ବଜାରର ଥଣ୍ଡା ପାନୀୟ ଇତ୍ୟାଦି ଦ୍ୱାରା ଆମ ଶରୀରକୁ ଅଧିକ ହାନି ପହଂଚିଥାଏ l ଲିଭରକୁ ସୁସ୍ଥ ରଖିବା ପାଇଁ ଓ ତାର କାର୍ଯ୍ୟ କ୍ଷମତାକୁ ଉନ୍ନତ କରିବା ପାଇଁ କିଛି ଖାଦ୍ୟ ନିୟମିତ ଖାଇବା ଆବଶ୍ୟକ l
ଗାଜର-ଲିଭରର ସ୍ୱାସ୍ଥ୍ୟ ପାଇଁ ଗାଜର ବ୍ୟବହାର କରିବା ନିହାତି ଜରୁରୀ ,ଗାଜରକୁ ରାନ୍ଧିକି ଖାଇବା ଆବଶ୍ୟକ ନୁହେଁ l ଗାଜର ଜୁସରେ କିଛି ମାତ୍ରାରେ ପାଳଙ୍ଗ ଜୁସ ମିଶାଇ ପିବ ଦ୍ଵାର ଲିଭର ମଝବୁତ ହୋଇଥାଏ ଓ ରକ୍ତ ପ୍ରସ୍ତୁତ କରିବାର ପ୍ରକ୍ରିୟା ଦ୍ରୁତ ହୋଇଯାଏ l ଗଜରରେ ଭିଟାମିନ-ଏ ,ଆଣ୍ଟିଆକ୍ସିଡେଣ୍ଟ ରହିଥାଏ ଯାହା ଅନେକ ଗୁଡିଏ ରୋଗରୁ ରକ୍ଷା କରେ l
ସବୁଜ ପନିପରିବା -ବନ୍ଧା କୋବି ,ଫୁଲକୋବି ,କାକୁଡି ,ପାଳଙ୍ଗ ଓ ବିଟ ରୁଟ ବ୍ୟବହାର କରିବା ଲିଭର ପାଇଁ ଅତ୍ୟନ୍ତ ହିତକର l ଏହି ସବୁ ପରିବାକୁ ଆପଣ ଇଛା କଲେ ସାଲାଡ଼ ଓ ଜୁସ ତିଆରି କରି ମଧ୍ୟ ବ୍ୟବହାର କରି ପାରିବେ l ସବୁଜ ପାନିପରିବାରେ ଅଧିକ ମାତ୍ରାରେ ଫାଇବର ମିଳିଥାଏ ,ଯାହା ଲିଭରକୁ ସଫା କରିବାରେ ସାହାଯ୍ୟ କରିଥାଏ l
ହଳଦୀ ଚାହା -ସହଜରେ ମିଳୁଥିବା ପ୍ରାକୃତିକ ଜଡିବୁଟି ଲିଭରର ସ୍ୱାସ୍ଥ୍ୟ ପାଇଁ ନିହାତି ଜରୁରୀ ଅଟେ ହଳଦୀ ଚାହା ଲିଭରକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ l ଗୋଟିଏ ଗ୍ଲାସ ପାଣିରେ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାଇ ୧୦ ମିନିଟ ଫୁଟାନ୍ତୁ l ବର୍ତ୍ତମାନ ସେଥିରେ ଦୁଇବୁନ୍ଦା ଲେମ୍ବୁ ରସ ଓ ଗୋଲ ମରିଚ ଗୁଣ୍ଡ ପକାଇ ପିଅନ୍ତୁ ଏହା ଲିଭରକୁ ସୁସ୍ଥ ରଖିବ l
ଗ୍ରୀନ ଟି -ବିଶେଷଜ୍ଞ ମାନଙ୍କ ମତରେ କଫି ଓ ଦୁଗ୍ଧ ମିଶ୍ରିତ ଚାହା ବଦଳରେ ଯଦି ସାମାନ୍ୟ ଗ୍ରୀନ ଟି ର ବ୍ୟବହାର କରାଯାଏ ତେବେ ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଓ ଲିଭର ପାଇଁ ଲାଭ ଦାୟକ ଅଟେ l ଗ୍ରୀନ ଟି କ୍ୟାନ୍ସରରେ ବିପଦକୁ କମ କରିଥାଏ ଏବଂ କୋଲେଷ୍ଟ୍ରଲ ସ୍ତରକୁ ସନ୍ତୁଳନ ରଖେ l