ଜୀବନଚର୍ଯ୍ୟାଦେଶ ବିଦେଶ

ଘରର ମୁଖ୍ୟ ଦ୍ୱାରରେ ଏହି ଜିନିଷ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ

ମା ଲକ୍ଷ୍ମୀଙ୍କ କୃପାରୁ ଆମେ ଧନ ପ୍ରାପ୍ତି କରିଥାଉ l ଯଦି ଆପଣ ଘରେ ଧନର ଅଭାବ ରହିଥାଏ ତେବେ ଜୀବନରେ ଅନେକ ଅସୁବିଧାରେ ପଡ଼ିଥାନ୍ତି l ତେଣୁ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କଲେ ଯାଇ ଆମେ ଜୀବନରେ ଉନ୍ନତି କରି ପାରିବା l ଶାସ୍ତ୍ର ଓ ପୁରାଣରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଅନେକ ଉପାୟ କୁହାଯାଇଛି

ଘରେ କିପରି ଭାବରେ ଜିନିଷ ପତ୍ର ରଖିବା ଓ କୋଉ ଜିନିଷକୁ କାଢ଼ିଦେବା ସେ ବିଷୟରେ ଅନେକ ଉପାୟ କୁହାଯାଇଛି l ଆଜି ଆମେ ଆପଣଙ୍କୁ କହିବୁ କେଉଁ ୫ଟି ଜିନିଷକୁ ଘରେ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ ବାସ ହୋଇଥାଏ l

*ମାଟିର କଳସୀ – ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ମାଟିର ମାଠିଆ କିମ୍ବା ସୁରେଇ ରଖିବା ନିହାତି ଆବଶ୍ୟକ l ଏହି ମାଟିର ଘଡ଼ିକୁ ଉତର ଦିଗରେ ରଖିବା ଉଚିତ l ସବୁବେଳେ କଳସି ପୁର୍ଣ କରି ରଖିବା ଉଚିତ l ଉତର ଦିଗରେ ପାଣି ଭର୍ତି ହୋଇଥିବା ଘଡି ରଖିବା ଦ୍ୱାରା ଲକ୍ଷ୍ମୀଙ୍କ ଆସିବାଦ ମିଳିଥାଏ l

*ଘରେ ପଞ୍ଚମୁଖୀ ହନୁମାନଙ୍କ ଫୋଟ ରଖନ୍ତୁ – ଘରେ ପଞ୍ଚମୁଖୀ ହନୁମାନଙ୍କ ଫୋଟ ରହିବା ନିହାତି ଜରୁରୀ ଅଟେ l ଶାସ୍ତ୍ର ଅନୁସାରେ ଏହି ଫୋଟ କୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଲଗାଇବା ଆବଶ୍ୟକ l ହନୁମାନଙ୍କୁ ସଂକଟମୋଚନ କୁହାଯାଏ ଯିଏ ଆମର ସମସ୍ତ ସଙ୍କଟ ଦୂର କରିଥାନ୍ତି ଓ ଆମ ପରିବାରକୁ ଆଶୀର୍ବାଦ ଦେଇ ଥାନ୍ତି l

* ଲକ୍ଷ୍ମୀ ଓ କୁବେରଙ୍କ ପ୍ରତିମା ଲଗାନ୍ତୁ – ଲକ୍ଷ୍ମୀ ଓ କୁବେର ଘରର ଭଣ୍ଡାର ରକ୍ଷକ ଅଟନ୍ତି ଓ ସୁଖ ସମ୍ପଦ ର ଦେବତା ଅଟନ୍ତି l ଘରର ମୁଖ୍ୟ ଦ୍ୱାରରେ ଲକ୍ଷ୍ମୀ ଓ କୁବେରଙ୍କ ପ୍ରତିମା ସ୍ଥାପନା କରନ୍ତୁ l ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ମଧ୍ୟ ଲଗାନ୍ତୁ lଏପରି କରିବା ଦ୍ୱାରା ଘରେ ଧନର ଅଭାବ ରହିବ ନାହିଁ l

* ଗଙ୍ଗାଜଳ – ଆମ ହିନ୍ଦୁ ଧର୍ମରେ ଗଙ୍ଗା ଜଳର ବିଶେଷ ମହତ୍ୱ ରହିଛି l ତେଣୁ ପ୍ରାଣ ଦାୟିନୀ ଗଙ୍ଗାଙ୍କୁ ଘରେ ରଖିବା ନିହାତି ଆବଶ୍ୟକ l ପୁର୍ଣିମା ଓ ଏକାଦଶୀ ଦିନ ଘର ସାରା ଗଙ୍ଗାଜଳ ଛିଂଚି ପୂଜା କରିବା ଉଚିତ l ଏପରି କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହେବ l

*ମୟୁର ଚୁଳ – ମୟୁର ପଙ୍ଖ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଅଟେ l ଘରେ ଏହାକୁ ରଖିବା ଦ୍ୱାରା ସକାରତ୍ମକ ଶକ୍ତି ଜାଗ୍ରତ ହୋଇଥାଏ l

Show More

Related Articles

Back to top button