ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ପାରିବାରିକ କାମରେ ବ୍ୟସ୍ତ ରହିବେ। ଛୋଟ ଛୋଟ କଥାରେ ରାଗନ୍ତୁ ନାହିଁ। କିଣାବିକା ପୂର୍ବରୁ ବଡ଼ଙ୍କ ସମ୍ମତି ଲାଭପ୍ରଦ ରହିବ। ଛାତ୍ରଙ୍କୁ ଭଲ ପରିଣାମ ମିଳିପାରେ।

ବୃଷ: ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ନୂଆ ଲୋକମାନଙ୍କ ସହିତ ସହିଷ୍ଣୁ ବ୍ୟବହାର ପ୍ରଦର୍ଶନ କରନ୍ତୁ।

ମିଥୁନ: ଆଗକୁ ବଢ଼ିବା ଲାଗି କୌଣସି ସୁଯୋଗ ପାଇବେ। ସରକାରୀ କ୍ଷେତ୍ରରେ ଆପଣଙ୍କର ଆଶା ପୂରଣ ହେବ। ନୂଆ ବାହନ କିଣିବା ଲାଗି ଭାବିବେ।

କର୍କଟ: ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ତ୍ବପୂର୍ଣ୍ଣ ବୈଠକ ହେବ। ଅଫିସର କୌଣସି କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। ରଚନାତ୍ମକ କାମରେ ଲାଭ ପାଇବେ।

ସି˚ହ: ସବୁ କାମ ସହଜରେ ସ˚ପୂର୍ଣ୍ଣ ହେବ। ଧନଲାଭର ନୂଆ ରାସ୍ତା ଖୋଲିବ। ପ୍ରେମିକାଙ୍କ ସହିତ ବାହରକୁ ବୁଲି ଯିବାର ଯୋଜନା କରିବେ।

କନ୍ୟା: ଭାଗ୍ୟର ସହଯୋଗ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ। କୌଣସି ନୂଆ କାମ କରିବା ଲାଗି ଭାବିବେ। ପାରିବାରିକ ଜୀବନ ସୁଖକର ହେବ।

ତୁଳା: ମନ ପ୍ରସନ୍ନ ରହିବ। ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିପାରେ।

ବିଛା: ନୂଆ ସମ୍ବନ୍ଧରୁ ଆପଣଙ୍କୁ ଲାଭ ମିଳିପାରେ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ଛାତ୍ରଙ୍କୁ କୌଣସି ପ୍ରୋଜେକ୍ଟ ପାଇଁ ପ୍ରଶଂସା ମିଳିବ।

ଧନୁ: ନିଜ କାମରେ ଧୢାନ ଦେବାକୁ ଚେଷ୍ଟା କରନ୍ତୁ। ନିଜେ କଥା କହିବା ପୂର୍ବରୁ ଅନ୍ୟର କଥାକୁ ଧୢାନ ଦେଇ ଶୁଣନ୍ତୁ। କାରବାରରେ ବୃଦ୍ଧି ହେବ।

ମକର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ଚାକିରିଜୀବୀଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିବ। ପ୍ରେମ ସମ୍ବନ୍ଧ ପାଇଁ ଦିନଟି ଭଲ।

କୁମ୍ଭ: କୌଣସି କଥାକୁ ନେଇ ଖୁସି ହୋଇପାରନ୍ତି। କାମ ସମ୍ବନ୍ଧରେ କିଛି ଲୋକ ଆପଣଙ୍କୁ ପରାମର୍ଶ ମାଗି ପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

ମୀନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ।

Show More

Related Articles

Back to top button