Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଶେଷ ହେଲା ଉପନିର୍ବାଚନ ଭୋଟ ଗଣତି, ଦୁଇଟି ଆସନକୁ ହାତେଇ ନେଲା ବିଜେଡି

ଶେଷ ହେଲା ଉପନିର୍ବାଚନ ଭୋଟ ଗଣତି । ଦୁଇ ବିଧାୟକଙ୍କ ପରଲୋକ ପରେ ଦୁଇଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେଡି ଦଳ ବିଜୟ ଲାଭ କରିଛି । ପୁଣି ଥରେ ଭୋଟରମାନେ ଶାସକ ବିଜେଡି ଦଳ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ଆଜିର ଉପନିର୍ବାଚନ ଫଳାଫଳ ପୁଣି ଥରେ ପ୍ରମାଣିତ କରିଦେଲା ଯେ ନବୀନ ପଟ୍ଟନାୟକଙ୍କ ପ୍ରତି ଜନତାଙ୍କ କେତେ ସମର୍ଥନ ଏବଂ କେତେ ଭଲପାଇବା ରହିଛି ତାହା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି

ଶେଷ ହେଲା ଉପନିର୍ବାଚନ ଭୋଟ ଗଣତି । ଦୁଇ ବିଧାୟକଙ୍କ ପରଲୋକ ପରେ ଦୁଇଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେଡି ଦଳ ବିଜୟ ଲାଭ କରିଛି । ପୁଣି ଥରେ ଭୋଟରମାନେ ଶାସକ ବିଜେଡି ଦଳ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ଆଜିର ଉପନିର୍ବାଚନ ଫଳାଫଳ ପୁଣି ଥରେ ପ୍ରମାଣିତ କରିଦେଲା ଯେ ନବୀନ ପଟ୍ଟନାୟକଙ୍କ ପ୍ରତି ଜନତାଙ୍କ କେତେ ସମର୍ଥନ ଏବଂ କେତେ ଭଲପାଇବା ରହିଛି ତାହା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି । ବିଜେପି କଂଗ୍ରେସ ଯେତେ ପ୍ରକାର କୌଶଳ ଆପଣେଇଲେ ମଧ୍ୟ ବିଜେଡିକୁ ହରାଇବାରେ ସକ୍ଷମ ହୋଇ ପାରିନାହାଁନ୍ତି ।

ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାଶ (41703) ବୃହତ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ପରାସ୍ତ କରିଛନ୍ତି ।

ସେହିଭଳି ବାଲେଶ୍ୱର ବିଧାନସଭା ଆସନରେ ବି ବିଜେଡି ବାଜିମାତ୍ କରିଛି । ବାଲେଶ୍ୱର ସଦର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ତାଙ୍କର ନିକଟତମ ପ୍ରତିଦ୍ୱଦ୍ୱୀ ବିଜେପିର ମାନସ କୁମାର ଦତ୍ତଙ୍କୁ 13351 ଖଣ୍ଡ ଭୋଟରେ ପରାସ୍ତ କରିଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।

ଏବେ ଖାଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଫଳାଫଳ ଘୋଷଣାକୁ ଅପେକ୍ଷା ରହିଛି । ଶେଷ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଦୁଇଟି ଆସନରେ ବିପୁଳ ଭୋଟରେ ଆଗୁଆ ରହିଛି । ୨ ବିଜୟ ସହ ଓଡ଼ିଶା ବିଧାନସଭାରେ ବିଜେଡିର ମୋଟ ଆସନ ସଂଖ୍ୟାରେ ଗୋଟିଏ ସଂଖ୍ୟା ବୃଦ୍ଧି ହୋଇଛି ।

Show More

Related Articles

Back to top button