ଦେଶ ବିଦେଶବାଣିଜ୍ୟ

ଆସନ୍ତା ଡ଼ିସେମ୍ବର ସୁଦ୍ଧା ସବୁ ବ୍ୟାଙ୍କ ଆକାଉଣ୍ଟ ସହ ଯୋଡ଼ାଯିବ ଆଧାର ନମ୍ବର ଓ ପାନ କାର୍ଡ

ଡ଼ିସେମ୍ବର ସୁଦ୍ଧା ସବୁ ବ୍ୟାଙ୍କ ଜମାଖାତାକୁ ଆଧାର ସହ ଯୋଡ଼ିବା ଓ ଆବଶ୍ୟକସ୍ଥଳେ ପାନ କାର୍ଡ଼ ସହ ସଂଯୋଗ କରିବା ପାଇଁ ବ୍ୟାଙ୍କ ସମୁଦାୟକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଏହା ସହିତ ରୁ-ପେ କାର୍ଡ଼କୁ ଗ୍ରାହକମାନଙ୍କ ନିମନ୍ତେ ପ୍ରଥମ ବିକଳ୍ବ ଭାବରେ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।ଭାରତୀୟ ବ୍ୟାଙ୍କ ଆସୋସିଏସନ୍ (ଆଇବିଏ) ର ୭୩ ତମ ବାର୍ଷିକ ସାଧାରଣ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସୀତାରମଣ କହିଛନ୍ତି ଯେ, ଏକମାତ୍ର କାର୍ଡ ଭାବରେ ରୁ-ପେ କାର୍ଡ଼କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏକ ଭାରତୀୟ ଉତ୍ପାଦ ଓ ଏନପିସିଆଇ ଦ୍ବାରା ପ୍ରଚଳିତ ଏହି କାର୍ଡ଼ ଦେଶର ସମସ୍ତଙ୍କ ନିମନ୍ତେ ଉପଲବ୍ଧ ହେବାର ଆବଶ୍ୟକତା ରହିଛି ।

ଏହି ଅବସରରେ ସେ ଭାରତୀୟ ବ୍ୟାଙ୍କଗୁଡ଼ିକର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି; କିନ୍ତୁ ଆଧାର ସଂଯୋଗ ଓ ପାନ କାର୍ଡ଼ ସଂଯୋଗ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ନିଷ୍ଠାପର ଭାବରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି । ଡ଼ିସେମ୍ବର ୩୧ ସୁଦ୍ଧା ଆଧାର ସଂଯୋଗ ହୋଇ ନ ଥିବା ଗୋଟିଏ ବି ବ୍ୟାଙ୍କ ଖାତା ଅଛି ବୋଲି ମୁଁ ଶୁଣିବାକୁ ପ୍ରସ୍ତୁତ ନୁହେଁ ବୋଲି ସୀତାରମଣ ଚେତାଇ ଦେଇଛନ୍ତି ।

Show More

Related Articles

Back to top button