ଦେଶ ବିଦେଶମୁଖ୍ୟ ଖବର

“ଲକଡାଉନ” ଶବ୍ଦଟି ଜିତିଲା କୋଲିନ୍ସ ଡିକ୍ସନାରୀ ୱାର୍ଡ ଅଫ ଦି ଇୟର ୨୦୨୦

କୋଲିନ୍ସ ଡିକ୍ସନାରୀ କରୋନା ମହାମାରୀ ସମୟରେ ଅଧିକ ସଂଖ୍ୟାରେ ବ୍ୟବହାର ହୋଇଥିବା କିଛି ଶବ୍ଦର ପ୍ରକୃତ ଅର୍ଥକୁ ଅଭିବ୍ୟକ୍ତିର ନାଁ ଦେଇଛି । ଯେଉଁଥିରେ ଅଧିକ ବ୍ୟବହାର ହୋଇଥିବା ଶବ୍ଦ “ଲକଡାଉନ”ର ଆକ୍ଷରିକ ଅର୍ଥକୁ ଅର୍ନ୍ତଭୁକ୍ତ କରିଛି । କଲିନ୍ସ “ଲକଡାଉନ୍” ଶବ୍ଦକୁ “ଭ୍ରମଣ, ସାମାଜିକ କଥାବାର୍ତ୍ତା ଏବଂ ସର୍ବସାଧାରଣ ସ୍ଥାନକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା” ଭାବରେ ବ୍ୟାଖ୍ୟା କରିଛି

କରୋନା ମହାମାରୀ ସମୟରେ ସାରା ବିଶ୍ବରେ ଅର୍ଥନୀତିଠାରୁ ଆରମ୍ଭ କରି ସାଧାରଣ ଜୀବନଜୀବିକା ଦୁର୍ବିସହ ହୋଇପଡିଛି । ବିଶ୍ବରେ କରୋନାଜନୀତ ମୃତ୍ୟୁସଂଖ୍ୟା ୧୩ ଲକ୍ଷ ପାର କରିସାରିଲାଣି। ତେବେ ଯଦି ଦେଖିବାକୁ ଯିବା ତେବେ ଗତ କିଛିଦିନ ଧରି ଅନେକ ଗୁଡିଏ ନୂଆ ଶବ୍ଦ ଶୁଣିବାକୁ ମିଳିଛି । ଲକଡାଉନ, ଆଇସୋଲେସନ, କ୍ବାରେଣ୍ଟାଇନ, କଣ୍ଟେନମେଣ୍ଟ ଏଭଳି ଅନେକ ଗୁଡିଏ ଶବ୍ଦ ଶୁଣିବାକୁ ମିଳିଛି ଯାହାକୁ ସ୍ବଳ୍ପ ସଂଖ୍ୟକ ଲୋକ ଜାଣିଥିବେ ।ତେବେ କୋଲିନ୍ସ ଡିକ୍ସନାରୀ କରୋନା ମହାମାରୀ ସମୟରେ ଅଧିକ ସଂଖ୍ୟାରେ ବ୍ୟବହାର ହୋଇଥିବା କିଛି ଶବ୍ଦର ପ୍ରକୃତ ଅର୍ଥକୁ ଅଭିବ୍ୟକ୍ତିର ନାଁ ଦେଇଛି । ଯେଉଁଥିରେ ଅଧିକ ବ୍ୟବହାର ହୋଇଥିବା ଶବ୍ଦ “ଲକଡାଉନ”ର ଆକ୍ଷରିକ ଅର୍ଥକୁ ଅର୍ନ୍ତଭୁକ୍ତ କରିଛି । କଲିନ୍ସ “ଲକଡାଉନ୍” ଶବ୍ଦକୁ “ଭ୍ରମଣ, ସାମାଜିକ କଥାବାର୍ତ୍ତା ଏବଂ ସର୍ବସାଧାରଣ ସ୍ଥାନକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା” ଭାବରେ ବ୍ୟାଖ୍ୟା କରିଛି |କୋଲିନ୍ସ କହିଛି ଯେ “ଲକଡାଉନ” ଶବ୍ଦକୁ ୨୦୧୯ ତୁଳନାରେ ୨୦୨୦ରେ ପ୍ରାୟ ୬ ହଜାର ଗୁଣ ଅଧିକ କୁହାଯାଇଛି । ବିଭିନ୍ନ ରେଡିଓ, ଟିଭି, କଥୋପକଥନ ସମୟରେ ଏହି ଶବ୍ଦକୁ ଅନେକାଂଶରେ ବ୍ୟବହାର କରାଯାଇଛି ।

୨୦୧୯ରେ ଏହି ଶବ୍ଦକୁ ବିଭିନ୍ନ ଆଲୋଚନା ସମୟରେ ୪ ହଜାର ଥର ବ୍ୟବହାର କରାଯାଇଥିଲା କିନ୍ତୁ ୨୦୨୦ରେ “ଲକଡାଉନ” ଶବ୍ଦକୁ ପ୍ରାୟ ୧୦ ଲକ୍ଷ ଥର ବ୍ୟବହାର କରାଯାଇଥିବା କୋଲିନ୍ସ କହିଛି ।ଲେକ୍ସିକୋଗ୍ରାଫରମାନଙ୍କ କହିବା ମୁତାବକ ସେମାନେ ଏହି ଶବ୍ଦକୁ ବାଛିଛନ୍ତି କାରଣ ଏହା ବିଶ୍ବର ଜନସାଧାରଣଙ୍କ ମଧ୍ୟରେ ବେଶ ଜଣାଶୁଣା ହୋଇସାରିଛି । ଏହି ମହାମାରୀ ଦୈନନ୍ଦିନ ବ୍ୟବହାର ହେଉଥିବା ଭାଷାକୁ ବ୍ୟାପକ ଭାବରେ ପ୍ରଭାବିତ କରିଛି । ଫଳସ୍ୱରୂପ ୨୦୨୦ରେ କୋଲିନ୍ସର ୧୦ ଶବ୍ଦରୁ ୬ଟି ଶବ୍ଦ ବିଶ୍ବ ସ୍ୱାସ୍ଥ୍ୟ ସଙ୍କଟ ସମ୍ପର୍କୀତ ବୋଲି କୁହାଯାଇଛି । ଯେଉଁଥିରେ କରୋନା ଭାଇରସ, ସୋସିଆଏ ଡିଷ୍ଟାନ୍ସିଂ, ସେଲ୍ଫ ଆଇସୋଲେଟ, ଫୁରଲୋଫ, ଲକଡାଉନ୍ ଏବଂ କି ଓ୍ବାର୍କର ସାମିଲ ରହିଛି । କେବଳ “କି ଓ୍ବାର୍କର” (ମହାମାରୀ ସମୟରେ ସମାଜ ପାଇଁ ଆଗରେ ରହି କାମକରୁଥିବା କର୍ମୀ) ଶବ୍ଦ ବ୍ୟବହାରରେ ୬୦ ଗୁଣା ବୃଦ୍ଧି ଦେଖିବାକୁ ମିଳିଛି ।କୋଲିନ୍ସର ଭାଷା ପରାମର୍ଶଦାତା ହେଲେନ ନ୍ୟୁଷ୍ଟେଡ କହିଛନ୍ତି ଯେ ୨୦୨୦ରେ ସୁଦ୍ଧା ସାରା ବିଶ୍ବରେ ମହାମାରୀ ତାର ପ୍ରାଧାନ୍ୟ ବିସ୍ତାର କରିଛି। ଲକ୍ଡାଉନ୍ ଆମର କାର୍ଯ୍ୟ, ପିଲାମାନଙ୍କର ପାଠ ପଢା, ଜିନିଷ କିଣାକିଣି ଏବଂ ସାମାଜିକୀକରଣକୁ ପ୍ରଭାବିତ କରିଛି |

Show More

Related Articles

Back to top button