ସ୍ୱାସ୍ଥ୍ୟ

ଶୀତଋତୁରେ ଖଜୁରୀ ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ଲାଭ

ଶୀତଋତୁରେ ଖାଇବା ପିଇବାକୁ ନେଇ ଆମେ ସଜାଗ ରହିଥାଉ l ଏହି ଋତୁରେ ବିଭିନ୍ନ ପ୍ରକାରର ସଂକ୍ରମଣ ଫ୍ଲୁ ଯେପରିକି ଥଣ୍ଡା କାଶର ବିପଦ ବଢି ଯାଇଥାଏ l ସେଥିପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଜରୁରୀ ହୋଇଥାଏ l ଖଜୁରୀ ମଧ୍ୟ ସୀତା ଦିନର ଏକ ମହତ୍ୱପୂର୍ଣ୍ଣ ଖାଦ୍ୟ ଅଟେ l ଏଥିରେ ଭିଟାମିନ,ମିନେରାଲ ଓ ପ୍ରୋଟିନର ଅଦ୍ଭୁତ ସ୍ରୋତ ରହିଛି l ତା ସହିତ ପୋଟାସିୟମ ଓ ଫାଇବରର ମଧ୍ୟ ଗନ୍ତାଘର ଅଟେ

ଖଜୁରୀ ଦେଖିବାକୁ ଗୋଟିଏ ଛୋଟ ଫଳ ହୋଇଥିଲେ ମଧ୍ୟ ଅଧିକାଂଶ ରୋଗକୁ ଦୂର କରିବାରେ ରାମବାଣ ଭଳି କାମ କରେ l

* ମଧୁମେହ -ଆପଣମାନେ ହୁଏତ ଜାଣି ନଥିବେ ମଧୁମେହ ରୋଗୀମାନେ ଡାକ୍ତରଙ୍କ ସହ ପରାମର୍ଶ କରି ଖଜୁରୀ ପ୍ରତିଦିନ ଖାଇ ପାରିବେ l ଏକ ଗବେଷଣା ଅନୁସାରେ ମଧୁମେହ ରୋଗୀଙ୍କୁ କମ ଗ୍ଲିସେମିକ ଇଣ୍ଡେକ୍ସ ଯୁକ୍ତ ଖାଦ୍ୟ ଆବଶ୍ୟକତା ରହିଛି l ଖଜୁରିରେ ମଧ୍ୟ କମ ଗ୍ଲିସେମିକ ଇଣ୍ଡେକ୍ସ ରହିଛି l ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ମଧୁମେହ ରୋଗୀମାନେ ଦିନକୁ ଗୋଟିଏ ଦୁତି ଖଜୁରୀ ଖାଇ ପାରିବେ l

* ଗର୍ଭାବସ୍ଥା ସମୟରେ -ଖଜୁରିରେ ଆଇରନର ମାତ୍ରା ଅଧିକ ଥିବା କାରଣରୁ ମା ଓ ଛୁଆ ଦୁଇ ଜଣଙ୍କ ପାଇଁ ଖଜୁରୀ ନିତ୍ୟାନ୍ତ ଉପଯୋଗୀ l ଖଜୁରିରେ ଅନେକ ପ୍ରକାରର ପୋଷକତତ୍ୱ ମିଳିଥାଏ ଯାହା ଗର୍ଭଶୟର ମାଂସ ପେଶୀକୁ ସୁଦୃଢ କରିଥାଏ l କୁହାଯାଏ ଯେ ଖଜୁରୀ ଖାଇବା ଦ୍ୱାରା ପ୍ରାକୃତିକ ଭାବରେ ଶରୀରରେ ଗର୍ଭାବସ୍ଥାରେ ଆଇରନର କମି ଦୂର ହୋଇଥାଏ l

* କୋଷ୍ଠକାଠିନ୍ୟ ଦୂର ହୁଏ -ଖଜୁରିରେ ଫାଇବର ଅଧିକ ଥିବା କାରଣରୁ ପଚାନା ସମସ୍ୟା ସହିତ କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଠିକ କରିଥାଏ l ଖଜୁରୀ ଶରୀରରେ କୋଲେଷ୍ଟ୍ରଲର ମାତ୍ରାକୁ କମ କରେ l ଏହା ପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ସହିତ ସ୍ୱାସ୍ଥ୍ୟପକ୍ଷ ମଧ୍ୟ ହିତକର ଅଟେ l

Show More

Related Articles

Back to top button