ସ୍ୱାସ୍ଥ୍ୟ

ଏହି ୫ଟି ଜୁସରେ ରହିଛି ଶରୀର ପାଇଁ ଅନେକ ମହତ୍ୱପୂର୍ଣ୍ଣ ଉପକାରିତା

ଉଚ ରକ୍ତଚାପ ସାରା ଦୁନିଆରେ ଅଧିକାଂଶ ରୋଗର ମୁଖ୍ୟ କାରଣ ଅଟେ l ଏହା ଏଥିପାଇଁ କୁହାଯାଉଛି କାରଣ ଉଚ ରକ୍ତଚାପ କାରଣରୁ ମଧୁମେହ ,ହୃଦଘାତ ,ମସ୍ତିସ୍କଘାତ ,କିଡ୍ନୀ ଖରାପ ହେବା ପ୍ରଭୃତି ବଡ ବଡ ରୋଗ ଜନ୍ମ ହେଉଛି

ଯଦି ଆପଣଙ୍କର ମଧ୍ୟ ଉଚ ରକ୍ତଚାପ ରହିଛି ତେବେ କେତୋଟି ଜୁସକୁ ପିଇ ଆପଣ ଏହାକୁ ନିୟନ୍ତ୍ରିତ ରଖି ପାରିବେ l ତାହାକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରି ପାରିବେ l

* ପଇଡ ପାଣି – ପଇଡ ପାଣି ରକ୍ତ ଚାପକୁ ନିୟନ୍ତ୍ରିତ କରିବାରେ ଲାଭ ଦାୟକ ଅଟେ l ପଇଡ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ l ଦ ବେଷ୍ଟ ଇଣ୍ଡିଆନ ଜର୍ଣ୍ଣାଲ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ଅନୁସାରେ ,ସାଧା ପାଣି ପିଇବା ବଦଳରେ ପଇଡ ପାଣି ସେବନ କରିବା ଦ୍ୱାରା ରକ୍ତଚାପକୁ ୭୧ ପ୍ରତିଶତ ପର୍ଯ୍ୟନ୍ତ କମ କରିଥାଏ ଓ ଡାୟୋଷ୍ଟେଲିକ ରକ୍ତଚାପକୁ ୨୯ ପ୍ରତିଶତ କମ କରେ l ଏହା ଏଥିପାଇଁ ହୋଇଥାଏ କାରଣ ପଇଡ ପାଣିରେ ଅଧିକ ମାତ୍ରାରେ ପୋଟାସିୟା ମିଳିଥାଏ ଯାହା ଶରୀରରେ ସୋଡ଼ିଅମର ପ୍ରଭାବକୁ କମ କରିବାରେ ସାହାଯ୍ୟ କରେ l

* ଡାଳିମ୍ବ ଜୁସ -ଡାଳିମ୍ବ କେବଳ ଫୋଲେଟ ଓ ଭିଟାମିନ-ସି ର ପୋଷାକ ତତ୍ତ୍ୱରେ ଭରପୁର ଅଟେ l ଏଥିରେ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ମଧ୍ୟ ରହିଛି l ତା ସହିତ ଡାଳିମ୍ବର ରସ ହୃତପିଣ୍ଡକୁ ସୁସ୍ଥ ରଖିବାରେ ଓ ଠିକ ରଖିବାରେ ସାହାଯ୍ୟ କରେ l ୨୦୧୬ ରେ ଏକ ସମୀକ୍ଷାରେ ଜଣ ଯାଇଥିଲା ଯେ ଡାଳିମ୍ବ ରସ ସେବନ କରିବା ଦ୍ୱାରା ସିଷ୍ଟଲିକ ଓ ଡାୟୋଷ୍ଟେଲିକ ଦୁଇ ପ୍ରକାରର ରକ୍ତଚାପ କମ ହୋଇଥାଏ l ଗବେଷଣାରୁ ଜଣ ପଡିଛି ଯେ ଡାୟୋଷ୍ଟେଲିକ ରକ୍ତ ଚାପକୁ କମ କରିବା ପାଇଁ ୨୪୦ ମିଲିଲିଟର ରସର ଆବଶ୍ୟକତା ରହିଛି l

* ମନ୍ଦାର ଫୁଲର ରସ -ନିୟୁଟ୍ରିସନ ଜର୍ନାଲର ଏକ ଅଧୟନ ଅନୁସାରେ ମନ୍ଦାର ଫୁଲର ରସ ରକ୍ତଚାପକୁ କମ କରିଥାଏ l ଗବେଷକ ମାନେ କହିଛନ୍ତି ଯେ ମନ୍ଦାର ଫୁଲରେ ପ୍ରସ୍ତୁତ ଚାହାରେ ଆଣ୍ଟିଆକ୍ସିଡେଣ୍ଟ ରହିଥାଏ ,ଯାହା ସଂକୀର୍ଣ୍ଣ ରକ୍ତ କୋଷିକା ଗୁଡିକୁ ଠିକ କରିବାରେ ସାହାଯ୍ୟ କରେ l ଏହା ଦ୍ୱାରା ଆପଣଙ୍କର ରକ୍ତ ଚାପ ନିୟନ୍ତ୍ରିତ ରହିଥାଏ l

* ବିଟ ରୁଟ ରସ -ବିଟ ରୁଟ ଯେପରି ଖାଦ୍ୟରେ ଗ୍ରହଣ କଲେ ମଧ୍ୟ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଅଟେ l ବିଟରୁଟ କମ କ୍ୟାଲୋରୀ ଯୁକ୍ତ ପରିବାରେ ସାମିଲ ହୋଇଥାଏ ,ଯାହା ଦ୍ୱାରା ସ୍ୱାସ୍ଥ୍ୟକୁ ଠିକ ରଖିବା ସହିତ ଉଚିତ ମାତ୍ରାରେ ଭିଟାମିନ ଖଣିଜ ଇତ୍ୟାଦି ଶରୀରକୁ ଯୋଗାଇଥାଏ l ବିଟ ରୁଟ ଉଚ ନିମ୍ନ ରକ୍ତଚାପ ଉଭୟଙ୍କ ପାଇଁ ଲାଭ ଦାୟକ l କଞ୍ଚା ବିଟ ରୁଟ ରସ ରକ୍ତ ଚାପକୁ ନିୟନ୍ତ୍ରିତ ରଖିବାରେ ଅଧିକ ପ୍ରଭାଶାଳୀ ହୋଇଥାଏ l

* ଟମାଟ ରସ – ଟମାଟ ଭିଟାମିନ-ସି ର ଏକ ମୁଖ୍ୟ ସ୍ରୋତ ଅଟେ l ତା ସହିତ ରକ୍ତ ଚାପକୁ ନିୟନ୍ତ୍ରିତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ l ପ୍ରତେକ ଦିନ କେବଳ ଏକ ଗିଲାସ ଟମାଟ ରସ ପିଇ ହୃଦୟ ଓ ସ୍ୱାସ୍ଥ୍ୟକୁ ଠିକ ରଖନ୍ତୁ l ଜାପାନର ଏକ ଗବେଷକ ଦଳ ହୃଦୟ ରୋଗ ପାଇଁ କ୍ଷତିକର ହୋଇଥିବା ଖାଦ୍ୟକୁ ପରିତ୍ୟାଗ କରି ପ୍ରତ୍ୟେକ ଦିନ ଏକ କପ ଟମାଟ ରସ ପିଇବା ପାଇଁ ପରାମର୍ଶ ଦେଇଛନ୍ତି l ସେ କହିଛନ୍ତି ଯେ ଟମଟର ରରସ ସିଷ୍ଟଲିକ ଓ ଡାୟୋଷ୍ଟେଲିକ ଦୁଇ ପ୍ରକାରର ରକ୍ତ ଚାପକୁ ନିୟନ୍ତ୍ରିତ କରିଥାଏ l ତା ସହିତ ଟମାଟ ରସ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରିତ କରେ l

Show More

Related Articles

Back to top button