ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ନିଜ ଜୀବନରେ କିଛି ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ। ଚାକିରିଜୀବୀଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ନୂଆ କାମ ଆରମ୍ଭ କରନ୍ତୁ, ଆପଣଙ୍କୁ ଲାଭ ମିଳିବ। କିଛି ନୂଆ ଲୋକଙ୍କ ସହିତ ଆପଣଙ୍କର ସ˚ପର୍କ ସ୍ଥାପିତ ହୋଇପାରେ। ଦାମ୍ପତ୍ୟ ଜୀବନ ଉତ୍ତମ ରହିବ।

ମିଥୁନ: ସକାରାତ୍ମକ ଭବିଷ୍ୟତକୁ ନେଇ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ବଜାରରେ କୌଣସି ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଅଫିସରେ ସମ୍ମାନିତ ହୋଇପାରନ୍ତି।

କର୍କଟ: ଲାଗି ରହିଥିବା ଆର୍ଥିକ ଚିନ୍ତାରୁ ମୁକ୍ତି ପାଇବେ। ପରିବାର ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେଇପାରନ୍ତି। ପ୍ରେମରେ ସଫଳତା ପାଇବେ।

ସି˚ହ: ଆପଣଙ୍କ ମନ କିଛି କହିବ ଆଉ ହୃଦୟ କିଛି କହିବ। ପରିଣାମ କଥା ଚିନ୍ତା ନ କରି ପରିଶ୍ରମ କରନ୍ତୁ। ସମାଜରେ ଆପଣଙ୍କୁ ସମ୍ମାନ ମିଳିବ।

କନ୍ୟା: ଭବିଷ୍ୟତ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। ବୈବାହିକ ଜୀବନ ଭଲ ରହିବ।

ତୁଳା: ସାରା ଦିନ ଖୁସି ମନରେ ରହିବେ। ଉନ୍ନତିର ନୂଆ ରାସ୍ତା ଖୋଲିବ। ଜୀବନସାଥୀଙ୍କ ସହିତ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

ବିଛା: ମନପ୍ରାଣ ଢାଳି ନିଜର କାମ କରିବେ। ଉଚ୍ଚ ଅଧିକାରୀ ଆପଣଙ୍କ କାମକୁ ପ୍ରଶ˚ସା କରିବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ଧନୁ: କିଣାବିକା ବେଳେ ସତର୍କ ରୁହନ୍ତୁ। ପାରିବାରିକ ପ୍ରସଙ୍ଗକୁ ନେଇ କାତର ହେବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

ମକର: ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବ। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ସଙ୍ଗୀତଜ୍ଞଙ୍କୁ ନୂଆ ସଙ୍ଗୀତ ନିର୍ଦେଶନା ଦେବାର ଅବସର ମିଳିପାରେ।

କୁମ୍ଭ: ସବୁ କାମରେ ସଫଳତା ନିଶ୍ଚିତ ପାଇବେ। ଓକିଲଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ। ପାରିବାରିକ ଜୀବନ ସୁଖକର ହେବ।

ମୀନ: ପ୍ରଭୁଙ୍କ ଧ୍ୟାନରେ ମନକୁ ଶାନ୍ତି ମିଳିବ। ନୂଆ କାମରୁ ଆପଣଙ୍କୁ ଧନପ୍ରାପ୍ତି ହେବ। ପାରିବାରିକ ସମ୍ବନ୍ଧରେ ମଧୁରତା ଆସିବ।

Show More

Related Articles

Back to top button