Breaking PLUSଓଡ଼ିଶାମୁଖ୍ୟ ଖବର

ଶୀତରେ ଥରୁଛି ସାରା ଓଡ଼ିଶା

ରାଜ୍ୟରେ ଶୀତ ପ୍ରକୋପଠୁ ଅଧିକ ନାକେଦମ କଲାଣି ଘନ କୁହୁଡ଼ି । ଶୁକ୍ରବାର ରାତି ଓ ଶନିବାର ଭୋର ସମୟରେ ଘନ କୁହୁଡ଼ି ୯ଟି ଜିଲ୍ଲାର ଜୀବନଯାତ୍ରାକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା

ରାଜ୍ୟରେ ଶୀତ ପ୍ରକୋପଠୁ ଅଧିକ ନାକେଦମ କଲାଣି ଘନ କୁହୁଡ଼ି । ଶୁକ୍ରବାର ରାତି ଓ ଶନିବାର ଭୋର ସମୟରେ ଘନ କୁହୁଡ଼ି ୯ଟି ଜିଲ୍ଲାର ଜୀବନଯାତ୍ରାକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା । ପାଣିପାଗ ବିଭଗ ପୂର୍ବାନୁମାନ କହୁଛି, ରବିବାର ଭୋର ସମୟରେ ଏଭଳି ଘନ କୁହୁଡ଼ି ଜାରି ରହିବ ୭ଟି ଜିଲ୍ଲାରେ । ଶନିବାର ସକାଳେ କଟକ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼ ଜିଲ୍ଲାର କେତେକ ଜାଗାରେ ଘନ କୁହୁଡ଼ିର ଆସ୍ତରଣ ଘେରି ରହିଥିଲା । ଏଥିଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା । ରବିବାର ଭୋର ସମୟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, କନ୍ଧମାଳ ଜିଲ୍ଲାର କେତେକ ଜାଗାରେ ଘନ କୁହୁଡ଼ି ହୋଇଛି । ଏହାବାଦ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ମଧ୍ୟମ ଧରଣର କୁହୁଡ଼ି ହୋଇଛି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ରାଜ୍ୟରେ ୧୭ ତାରିଖରୁ ପୁଣି ଶୀତ ବଢ଼ିବ ।

Show More

Related Articles

Back to top button