ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ଭାଗୀଦାରି କାରବାରରେ ଲାଭ ପାଇବେ। ଅଫିସରେ ଆପଣଙ୍କ କାମକୁ ନେଇ ଉପରିସ୍ଥ କର୍ମଚାରୀ ଅସନ୍ତୁଷ୍ଟ ହୋଇପାରନ୍ତିି।

ବୃଷ: ବ୍ୟବସାୟର ସଉଦା ଲାଗି ଦୂର ସ୍ଥାନକୁ ଯିବା ପାଇଁ ଚିନ୍ତା କରିବେ। କୌଣସି ବ୍ୟକ୍ତିଙ୍କୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ପ୍ରେମରେ ସଫଳତା ପାଇବେ।

ମିଥୁନ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ବନ୍ଧୁଙ୍କ ପରାମର୍ଶ କାମରେ ଆସିବ। ବେପାରରେ ଉନ୍ନତି ହେବ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବ।

କର୍କଟ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ମନରେ କିଛି ନୂଆ କରିବାର ଆଗ୍ରହ ସୃଷ୍ଟି ହେବ। ସୁସମ୍ବାଦ ପାଇବେ। ପ୍ରେମ ସମ୍ବନ୍ଧ ପାଇଁ ଦିନଟି ଭଲ।

ସି˚ହ: ଆତ୍ମଚିନ୍ତନରେ ସମୟ ବିତିବ। ନୂଆ କାମକୁ ନୂଆ କୌଶଳରେ କରିବାକୁ ଚେଷ୍ଟା କରିବେ। ଧନ ସମ୍ବନ୍ଧିତ ସ୍ଥିତି ଭଲ ରହିବ।

କନ୍ୟା: ବ୍ୟବସାୟରେ ନୂଆ ଉପାୟର ଉପଯୋଗ କରନ୍ତୁ, ଲାଭ ହେବ। ଅର୍ଥ ନେବା-ଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା: କିଛି ନୂଆ କରିବା ପାଇଁ ଦିନଟି ଶୁଭ। ଅର୍ଥ ସମ୍ବନ୍ଧୀୟ ମାମଲା ସହଜରେ ସମାଧାନ ହୋଇଯିବ। ରାଜନୀତିରେ ସଫଳତା ପାଇବେ।

ବିଛା: ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସୂଚନା ମିଳିପାରେ। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ବ୍ୟବସାୟରେ ଭଲ ଲାଭ ପାଇବେ।

ଧନୁ: ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ। ବେପାରୀଙ୍କୁ ଆୟର ନୂଆ ମାର୍ଗ ମିଳିବ। ବ୍ୟାଙ୍କ ବାଲାନ୍‌ସ ବୃଦ୍ଧି ହେବ। ପ୍ରିୟଜନଙ୍କୁ ମନକଥା କହିବେ।

ମକର: ପ୍ରିୟତମଙ୍କ ସହିତ ଲମ୍ବା ସମୟ ଧରି ମୋବାଇଲ୍‌ରେ କଥା ହେବେ। ଆଇନ ମାମଲା ନୂଆ ମୋଡ଼ ନେବ। ଛାତ୍ରଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ।

କୁମ୍ଭ: ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଉତ୍ତମ। ଓକିଲଙ୍କୁ ନୂଆ ମକଦ୍ଦମା ମିଳିପାରେ। କୃଷିଜୀବୀଙ୍କୁ ଲାଭ ମିଳିପାରେ।

ମୀନ: କାର୍ଯ୍ୟକ୍ଷେତ୍ରରେ ଲାଗିରହିଥିବା ବିଶୃଙ୍ଖଳା ଦୂର ହେବ। ଧନଲାଭର ନୂଆ ସ୍ରୋତ ଦୃଷ୍ଟିଗୋଚର ହେବ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।

Show More

Related Articles

Back to top button