Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଆସନ୍ତାକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ RSS ମୁଖ୍ୟ ମୋହନ ଭାଗବତ

ଓଡ଼ିଶାରେ ନିଜ ସ୍ଥିତି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ । ଆସନ୍ତା ୨୪ତାରିଖରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ RSS ମୁଖ୍ୟ ମୋହନ ଭାଗବତ । 

ଓଡ଼ିଶାରେ ନିଜ ସ୍ଥିତି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ । ଆସନ୍ତା ୨୪ତାରିଖରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ RSS ମୁଖ୍ୟ ମୋହନ ଭାଗବତ ।

ଆସନ୍ତା ୨୫ତାରିଖରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ପୂର୍ବାଞ୍ଚଳ କ୍ଷେତ୍ର ବୈଠକ ଭୁବନେଶ୍ୱରରେ ହେବ  ।   ମୋହନ ଭାଗବତ  , ସଂଘର ସରକାର୍ଯ୍ୟବାହ ସୁରେଶ ଯୋଶୀ ମଧ୍ୟ ଭୁବନେଶ୍ୱର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।  ପୂର୍ବକ୍ଷେତ୍ର ପାଇଁ ଉଦ୍ଦିଷ୍ଟ ସାଂଗଠନିକ କାର୍ଯ୍ୟକ୍ରମ ବୈଠକ ୨୫ ଓ ୨୬ତାରିଖରେ ତୋରପନ୍ଥ ଭବନରେ  ଅନୁଷ୍ଠିତ ହେବ । ଏଥିରେ ପଶ୍ଚିମବଙ୍ଗ, ଓଡ଼ିଶା, ଆଣ୍ଡାମାନ ଓ ନିକୋବରରେ ଥିବା ଆରଏସଏସ୍ ମଣ୍ଡଳର ୩୫ଜଣ ସଦସ୍ୟ ସାମିଲ ହେବେ । କରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରଥମଥର ପାଇଁ କ୍ଷେତ୍ରସ୍ତରୀୟ ବୈଠକ ଅନୁଷ୍ଠିତ ହେବ।

Show More

Related Articles

Back to top button