ବଲିଉଡ

ଚଳିତ ବର୍ଷ ରିଲିଜ ହେବ ନାହିଁ ଫିଲ୍ମ ‘ଲାଲ ସିଂ ଚଡ୍ଡା’

ଅମୀର ଖାନଙ୍କ ଫ୍ୟାନ ମାନଙ୍କ ଙ୍କ ପାଇଁ ବ୍ୟାଡ ନ୍ୟୁଜ । ଚଳିତ ବର୍ଷ ରିଲିଜ ହେବ ନାହିଁ ଫିଲ୍ମ ‘ଲାଲ ସିଂ ଚଡ୍ଡା’ । ନିକଟରେ ଅମୀର ଖାନ ପ୍ରଡକ୍ସନ୍ସ ସୋସିଆଲ ମିଡିଆରେ ତାଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି । ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ଅପେକ୍ଷା କରିଛନ୍ତି ।  ଫିଲ୍ମ ରିଲିଜକୁ ନେଇ ଘୋଷଣା କରାଯାଇଥିବା ତାରିଖ ଅନୁଯାୟୀ, ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଭାଲେଣ୍ଟାଇନ୍ସ ଡେ’ରେ ରିଲିଜ୍ ହେବାକୁ ଯାଉଛି ।

ଏହି ବିଷୟରେ ଟ୍ୱିଟ୍ କରି ଅମୀର ଖାନ ପ୍ରଡକ୍ସନ୍ କହିଛନ୍ତି ଯେ ୨୨ ଅକ୍ଟୋବରରେ ପ୍ରେକ୍ଷାଳୟ ଖୋଲିବାକୁ ଯାଉଛି । ପ୍ରଶାସନର ଏହି ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ମହାମାରୀ କାରଣରୁ ବିଳମ୍ବ ହେତୁ ଆମେ ଆସନ୍ତା ବର୍ଷ ଭାଲେଣ୍ଟାଇନ୍ସ ଡେ’ରେ ଆମର ଫିଲ୍ମ ଲାଲ ସିଂ ଚଡ୍ଡା ମୁକ୍ତିଲାଭ କରିବାକୁ ଯାଉଛୁ ।

‘ଲାଲ ସିଂ ଚଡ୍ଡା’ ହେଉଛି ଏକ କମେଡି ଫିଲ୍ମ । ଯାହା ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ଅଟେ । ଗତ ବର୍ଷ କରୀନା କପୁର ଖାନଙ୍କ ଅଭିନୀତ ‘ଲାଲ ସିଂ ଚଡ୍ଡା’ର ସୁଟିଂ ଆରମ୍ଭ ହୋଇଥିଲା ଏବଂ ନିକଟରେ ଏହାର ଶୁଟିଂ ମୁମ୍ବାଇରେ ଶେଷ ହୋଇଛି ।

Show More

Related Articles

Back to top button