Breaking PLUSବଲିଉଡମନୋରଞ୍ଜନସେଲିବ୍ରିଟି

ଖୁବ୍ ଶୀଘ୍ର ଆସିପାରେ କ୍ରିସ’ର ନୂଆ ସିରିଜ କ୍ରିସ ୪

ଆସନ୍ତା ଜୁନରୁ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇପାରେ ।

ବଲିଉଡକୁ ପୁଣି ଫେରିବେ ଦମଦାର ସୁପରମ୍ୟାନ “କ୍ରିସ’ । ଖୁବ ଶୀଘ୍ର ହ୍ରିତିକଙ୍କର ଆସିପାରେ “କ୍ରିସ’ର ନୂଆ ସିରିଜ “କ୍ରିସ ୪’ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ନିର୍ଦ୍ଦେଶକ ରାକେଶ ରୋଶନ । ଫିଲ୍ମ ପାଇଁ କାଷ୍ଟିଂଠାରୁ ଆରମ୍ଭ କରି ଅନ୍ୟାନ୍ୟ ଘଟଣା ଉପରେ କାର୍ଯ୍ୟ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି । ତେବେ ରିପୋର୍ଟ ଅନୁଯାୟୀ ଆସନ୍ତା ଜୁନରୁ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇପାରେ । ଏହା ନିଶ୍ଚିତ ଯେ କ୍ରିସ ଭୂମିକାରେ ହ୍ରିତିକ ହିଁ ଅଭିନୟ କରିବେ । କିନ୍ତୁ ଜୁନ ମାସରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ ମୁଖ୍ୟ ନାୟିକାଙ୍କୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳି ପାରିନାହିଁ । ପୂର୍ବ ସମସ୍ତ ସିରିଜରେ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ଏହି ସିକ୍ୱୋଲରେ ତାଙ୍କ ବଦଳରେ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିପାରେ ବୋଲି ସୂଚନା ମିଳିଛି । ବର୍ତ୍ତମାନ ନିଜର ଅପକମିଂ ମୁଭିକୁ ନେଇ “ବିକ୍ରମ ବେଧା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ସୁପରଷ୍ଟାର ହ୍ରିତିକ । ଏହାପରେ ଅଗଷ୍ଟରେ ୧୦୦ ଦିନର ଫାଇଟର ଚଳଚ୍ଚିତ୍ର ମଧ୍ୟ ଶୁଟିଂ କରିବେ ଏହି ସୁପରଷ୍ଟାର । ଯାହା ୨୦୨୨ ସେପ୍ଟେମ୍ବରରେ ରିଲିଜ କରିବା ପାଇଁ ଟାର୍ଗେଟ ରହିଛି ।

Show More

Related Articles

Back to top button