Breaking PLUSଦେଶମୁଖ୍ୟ ଖବରରାଜନୀତି

ଧର୍ମତଲ୍ଲାରେ ଅମିତ ଶାହଙ୍କ ଜନସଭାକୁ ଅନୁମତି ଦେଲେ କୋଲକାତା ହାଇକୋର୍ଟ

କୋଲକାତା, 24 ନଭେମ୍ବର- କୋଲକାତାର ହାଇକୋର୍ଟଙ୍କ ଖଣ୍ଡପୀଠ କୋଲକାତାର ଧର୍ମତଲ୍ଲାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଜନସଭାକୁ ଅନୁମତି ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ଯେ, ଅମିତ ଶାହଙ୍କ ସଭା ଉପରେ ପୋଲିସ କୌଣସି ଅତିରିକ୍ତ ସର୍ତ୍ତ ଲଗାଇପାରିବ ନାହିଁ । ଶାସକ ତୃଣମୂଳ କଂଗ୍ରେସ ଜୁଲାଇ 21ରେ ଯେଉଁଠାରେ ଜନସଭା କରେ, ଏହି ସଭା ସେହି ସ୍ଥାନରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି ।

ହାଇକୋର୍ଟଙ୍କ ଜଣିକିଆ ପୀଠଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ରାଜ୍ୟ ସରକାର ମୁଖ୍ୟ ବିଚାରପତି ଟି.ଏସ ଶିବଗଣନମ ଓ ହିରଣମୟ ଭଟ୍ଟାଚାର୍ଯ୍ୟଙ୍କ ଖଣ୍ଡପୀଠରେ ପୁନର୍ବିଚାର ପାଇଁ ପିଟିସନ ଦାୟର କରିଥିଲେ । ଶୁକ୍ରବାର କୋର୍ଟରେ ଅନ୍ତିମ ଶୁଣାଣି ହୋଇଛି । କୋଲକାତା ପୋଲିସକୁ ତାଗିଦ କରି ଖଣ୍ଡପୀଠ କହିଥିଲେ, ଯଦି ଏଭଳି ଚାଲିବ ତେବେ ଟିଏମସିକୁ ଏଠାରେ ଜୁଲାଇ 21ରେ ଜନସଭା କରିବାକୁ ଦିଆଯିବ ନାହିଁ । ବିଜେପି ଦୁଇ ସପ୍ତାହ ପୂର୍ବରୁ ଆବେଦନ କରିଛି, ଏହା ହିଁ ପର୍ଯ୍ୟାପ୍ତ ବୋଲି କୋର୍ଟ କହିଛନ୍ତି ।

Show More

Related Articles

Back to top button