Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଚୀନ ଶିଶୁଙ୍କ ଠାରେ ବ୍ୟାପୁଛି ଶ୍ୱାସକ୍ରିୟାରେ ସମସ୍ୟାଜନିତ ରୋଗ, ସତର୍କ ହେଲା ଭାରତ

ନୂଆଦିଲ୍ଲୀ, 24 ନଭେମ୍ବର- ଉତ୍ତର ଚୀନରେ ଶିଶୁଙ୍କ ଠାରେ ଏଚ9ଏନ2 ମାମଲା ସହିତ ଶ୍ୱାସକ୍ରିୟାରେ ସମସ୍ୟାଜନିତ ରୋଗ ବଢିବାରେ ଲାଗିଛି । ଏହାପରେ ଭାରତରେ ସତର୍କତା ବୃଦ୍ଧି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚୀନରେ ବ୍ୟାପୁଥିବା ଶ୍ୱାସ ସମ୍ବନ୍ଧୀୟ ରୋଗ ଉପରେ ତୀକ୍ଷ୍ନ ନଜର ରଖିଛି । ଶୁକ୍ରବାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଚୀନରେ ଏଭିୟନ ଇନଫ୍ଲୁଏଞ୍ଜା ମାମଲା ସହିତ ଶ୍ୱାସ ସମ୍ବନ୍ଧୀୟ ରୋଗ ଭାରତ ପାଇଁ ବିପଦ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ କୌଣସି ପ୍ରକାର ସ୍ୱାସ୍ଥ୍ୟଜନିତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛି । ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସଙ୍ଗର ସମାଧାନ ପାଇଁ ଏକ ରୋଡମ୍ୟାପ ତିଆରି କରିବାକୁ କାମ କରାଯାଉଛି । ବିଶେଷ କରି କରୋନା ମହାମାରୀ ପରେ ସ୍ୱାସ୍ଥ୍ୟ ମୂଳଦୁଆ ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ଦୃଢତା ଆସିଛି । ଚୀନ ନିମୋନିଆ ବଢୁଥିବା ମାମଲା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏକ ବୟାନ ଜାରି କରିଛି ।

Show More

Related Articles

Back to top button