Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା, ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର: ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା। ମାତ୍ର ୪ ଦିନରେ ଶେଷ ହୋଇଗଲା ବିଧାନସଭା ଶୀତ ଅଧିବେଶନ। ବିଧାନସଭାର ଶୀତକାଳୀନ ଅଧିବେଶ ଚାଲିବା ପାଇଁ ନଭେମ୍ବର ୨୧ରୁ ଡିସେମ୍ବର ୩୦ ଯାଏଁ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଚଳିତ ମାସ ୨୧ ତାରିଖରେ ଅଧିବେଶନ ଆରମ୍ଭ ହୋଇଥିଲା ଏବଂ ଡିସେମ୍ବର ୩୦ ଯାଏଁ ଚଲିବା ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତି ହୋଇଥିଲା। ଏହାର ଯଥେଷ୍ଟ ପୂର୍ବରୁ ବିଧାନସଭାକୁ ମୁଲତବୀ ଘୋଷଣା କରିଦିଆଯାଇଛି। ବିଧାନସଭା ମାତ୍ର ୪ ଦିନ ଚାଲିବା ପରେ ଶେଷ ହୋଇଯାଇଥିଲା। ୨୬ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ତେବେ ହଟ୍ଟଗୋଳ କରି ବିରୋଧୀ କକ୍ଷତ୍ୟାଗ ତ୍ୟାଗ କରିଛନ୍ତି।
ଶୁକ୍ରବାର ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ମୋସନ ଆଣିଥିଲେ। ବିଜେଡି ବିଧାୟକ ଶଶୀଭୂଷଣ ବେହେରା ଓ ଭୁପିନ୍ଦର ସିଂ ଏହାକୁ ସମର୍ଥନ ଜଣାଇଥିଲେ । ତେବେ ଆଗୁଆ ବିଧାନସଭା ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ଓ କଂଗ୍ରେସର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ତେବେ ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ନେଇ ପ୍ରବଳ ହୋ ହଲ୍ଲା ହୋଇଥିଲା । ଯାହାପରେ ବିଧାନସଭାକୁ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଦିଆଯାଇଛି

Show More

Related Articles

Back to top button