Breaking PLUSଦେଶମୁଖ୍ୟ ଖବରରାଜନୀତି

ରାତି ପାହିଲେ ରାଜସ୍ଥାନରେ ଭୋଟ୍

ଶନିବାର 5.26 କୋଟି ଭୋଟର କରିବେ ମତଦାନ, 1865 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ଜୟପୁର, 24 ନଭେମ୍ବର – ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ୍ । ରାଜ୍ୟର 2ଶହରୁ 199ଟି ସିଟରେ 5କୋଟି 26ଲକ୍ଷ 90,146ଜଣ ଭୋଟର 1865 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏଥିରେ 183ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ମତଦାନ ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏ ଜାରି ରହିବ । ନିର୍ବାଚନ କମିଶନର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହଯୋଗରେ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ।

କ୍ଷମତାସୀନ କଂଗ୍ରେସ ପ୍ରଥା ବଦଳାଇବା ପାଇଁ ଏହି ଲଢେଇ ଲଢୁଥିବା ବେଳେ ବିଜେପି ଆଇନ ଶୃଙ୍ଖଳା, ପେପର ଲିକ୍, ଚୌକି ମୋହ, ଉଦୟପୁରର ଜଘନ୍ୟ କହ୍ନେୟାଲାଲ ହତ୍ୟାକାଣ୍ଡକୁ ଢାଲ କରି ସରକାର ବଦଳାଇବାକୁ ଅପିଲ କରିଛି । ରାଜ୍ୟରେ 2ଶହରୁ 199ଟି ସିଟରେ ନିର୍ବାଚନ ହେବ । ଶ୍ରୀଗଙ୍ଗାନଗର ବିଧାନସଭା ସିଟରେ ପ୍ରାର୍ଥୀ ଗୁରୁମିତ ସିଂହ କିନ୍ନରଙ୍କ ବିୟୋଗ ଯୋଗୁ ,ଠାରେ ନିର୍ବାଚନ ସ୍ଥଗିତ ରହିଛି । କ୍ଷମତାସୀନ କଂଗ୍ରେସ 198, ବିଜେପି 199 ସିଟରେ ନିଜର ପ୍ରାର୍ଥୀ ଦେଇଛନ୍ତି ।

Show More

Related Articles

Back to top button