Breaking PLUSଦେଶମୁଖ୍ୟ ଖବରରାଜନୀତି

ଦିଲ୍ଲୀ ଅବକାରୀ ଘୋଟାଲା, ତଳ କୋର୍ଟରେ ଜାମିନ ପାଇଁ ଆବେଦନ କଲେ ସାଂସଦ ସଞ୍ଜୟ ସିଂହ

ନୂଆଦିଲ୍ଲୀ, 24 ନଭେମ୍ବର – ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ ରାଉଜ ଏଭିନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି । କୋର୍ଟ ଏହି ଆବେଦନ ଉପରେ କାଲି ଅର୍ଥାତ୍ ନଭେମ୍ବର 25ରେ ଶୁଣାଣି କରିପାରନ୍ତି ।

ସଞ୍ଜୟ ସିଂହ ନିଜ ଗିରଫଦାରିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ । ଶୁଣାଣି ସମୟରେ ତଳ କୋର୍ଟରେ ଆବେଦନ କରିବା ଭଲ ହେବ ବୋଲି ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଥିଲେ । ଏହାପରେ ସଞ୍ଜୟ ସିଂହ ରାଉଜ ଏଭିନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଆଜି ସଞ୍ଜୟ ସିଂହଙ୍କ ନ୍ୟାୟିକ ହେପାଜତ ଶେଷ ହୋଇଥିଲା । ଏହାପରେ ତାଙ୍କୁ ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ସଞ୍ଜୟ ସିଂହଙ୍କ ନ୍ୟାୟିକ ହେପାଜତ 14ଦିନ ବୃଦ୍ଧି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Show More

Related Articles

Back to top button