ଜୀବନଚର୍ଯ୍ୟାଦେଶମନୋରଞ୍ଜନସେଲିବ୍ରିଟି

ପଶମିନା ରୋଶନଙ୍କ ପ୍ରେମରେ ପଡ଼ିଛନ୍ତି କାର୍ତ୍ତିକ ଆର୍ଯ୍ୟନ

କାର୍ତ୍ତିକ ଆର୍ଯ୍ୟନ ହିନ୍ଦୀ ସିନେଶିଳ୍ପର ଜଣେ ଲୋକପ୍ରିୟ ଅଭିନେତା । ତାଙ୍କୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ତେବେ ପୂର୍ବରୁ ଆକ୍ଟ୍ରେସ୍‌ ସାରା ଅଲି ଖାନଙ୍କୁ  କାର୍ତ୍ତିକ ଡେଟ୍‌ କରୁଥିବାର ଖବର ସାମ୍ନାକୁ ଆସିଥିଲାବେଳେ,ବର୍ତ୍ତମାନ ହ୍ରିତିକ୍‌ ରୋଶନଙ୍କ  ଭଉଣୀ ପଶମିନାଙ୍କ ପ୍ରେମରେ ପଡ଼ିଛନ୍ତି ବୋଲି କୁହାଯାଉଛି ।

ଅନେକ ସମୟରେ  ଦୁହେଁ ଏକାଠି ବୁଲିଥିବା ନଜର ଆସୁଛନ୍ତି । ଏମିତିକି ସୁଟିଂ ଓ ଅନ୍ୟାନ୍ୟ କାମ ନଥିଲେ କାର୍ତ୍ତିକ ପଶମିନାଙ୍କ ଘରେ ମଧ୍ୟ ପହଞ୍ଚିଯାଉଛନ୍ତି । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସମୟ ବିତାଇବା ପାଇଁ ଉଭୟ କାର୍ତ୍ତିକ ଓ ପଶମିନାଙ୍କ ପ୍ରିୟ ସ୍ଥାନ ହେଉଛି ଜିଓ ୱାର୍ଲଡ୍‌ ଡ୍ରାଇଭ୍‌ ହୋଟେଲ । ଏନେଇ କାର୍ତ୍ତିକଙ୍କ ଅନ୍ତରଙ୍ଗ ବନ୍ଧୁଙ୍କ ପକ୍ଷରୁ ସୂଚନା ମିଳିଛି ।

ଫିଲ୍ମ ‘ଲଭ୍‌ ଆଜ୍‌ କଲ ୨’ରେ କାର୍ତ୍ତିକଙ୍କ ସହ-କଳାକାର ଥିଲେ ସାରା । ତେବେ କାର୍ତ୍ତିକ-ସାରାଙ୍କ ପ୍ରେମ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥିବାବେଳେ କାର୍ତ୍ତିକ ଓ ପଶମିନାଙ୍କ ପ୍ରେମ ସମ୍ପର୍କ ଆଗକୁ କି ମୋଡ଼ ନେଉଛି,ତାହା ଦେଖିବାକୁ ବାକି ରହିଲା ।

Show More

Related Articles

Back to top button