ବଲିଉଡମନୋରଞ୍ଜନ

କ୍ବାରେଣ୍ଟାଇନରେ ପୁଅକୁ ଝୁରୁଛନ୍ତି କରୀନା

ଇନଷ୍ଟାଗ୍ରାମ୍‌ରେ ଲେଖିଲେ ଭାବପ୍ରବଣ ପୋଷ୍ଟ…

ବର୍ତ୍ତମାନ କରୀନା କରେନାରେ ସଂକ୍ରମିତ ହୋଇ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ଏହାରି ଭିତରେ ସେ ତାଙ୍କ ପରିବାର ସଦସ୍ୟଙ୍କୁ ବହୁତ ମନେ ପକାଇଛନ୍ତି । କିନ୍ତୁ ବେଶୀ ତାଙ୍କୁ ତାଙ୍କୁ ଦୁଇ ପିଲାର କଥା ମନେ ପଡୁଛି । ଏହା ପୂର୍ବରୁ ନିକଟରେ କରୀନା ତାଙ୍କ ଘରର ବାଲକୋନିରୁ ସ୍ବାମୀ ସୈଫ୍‌ଙ୍କ ଫଟୋ ସେୟାର କରିଥିଲେ। ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଆଉ ଏକ ଭାବପ୍ରବଣ ପୋଷ୍ଟ ଲେଖି ସେୟାର କରିଛନ୍ତି । ତେବେ କରୀନା ଏକାକୀ କ୍ୱାରେଣ୍ଟାଇନରେ ରହୁଥିବାବେଳେ ତାଙ୍କ ପୁଅ ତୈମୁର ଏବଂ ଜାହଙ୍ଗୀରଙକ ଚିନ୍ତା ଘାରିଛି । ପ୍ରତି ମୁହୁର୍ତ୍ତରେ ତାଙ୍କୁ ମନେ ପକାଇଛନ୍ତି ।

ଏନେଇ ସୋସିଆଲ ମିଡିଆରେ ଷ୍ଟୋରୀରେ ଏକ ସୁନ୍ଦର ଇମୋସନାଲ୍‌ ପୋଷ୍ଟ ସେୟାର କରିଛନ୍ତି ..ଲେଖିଛନ୍ତି, ‘କୋଭିଡ ମୁଁ ତୁମକୁ ଘୃଣା କରେ .. ମୁଁ ମୋର ପିଲାମାନଙ୍କୁ ମନେ ପକାଉଛି । କିନ୍ତୁ .. ଶୀଘ୍ର .. ମୁଁ ତୁମକୁ ଭେଟିବି । କରନ୍‌ ଜୋହରଙ୍କ ଏକ ପାର୍ଟି ପରେ କରୀନା କପୁର ଖାନ ଯାଇ କୋଭିଡ ପଜିଟିଭ୍ ହୋଇଥିଲେ, ତାଙ୍କ ବନ୍ଧୁ ଅମୃତା ଆରୋରା ପ୍ରଥମେ କୋଭିଡ ପଜିଟିଭ ବୋଲି ଜଣାପଡିଛି। ଏହା ପରେ ସୀମା ଖାନ ଏବଂ ମହେପ କପୁରଙ୍କ କରୋନା ଟେଷ୍ଟ ମଧ୍ୟ ପଜେଟିଭ୍‌ ହୋଇଥିଲା। କରୀନା କପୁର ଜାଣିବା ମାତ୍ରେ ସେ କରୋନା ପଜିଟିଭ୍ ବୋଲି ସେ ସଙ୍ଗେ ସଙ୍ଗେ ନିଜକୁ କ୍ୟାଣ୍ଟିନ୍ କରି ନେଇଥିଲେ । ସୋସିଆଲ ମିଡିଆରେ ଏହି ପୋଷ୍ଟର ସେୟାର କରି କରୀନା କପୁର ଲେଖିଛନ୍ତି ଯେ ଯିଏ ତାଙ୍କ ସମ୍ପର୍କକୁ ଆସିଛି ତୁରନ୍ତ ପରୀକ୍ଷା କରି ନିଅନ୍ତୁ । ବର୍ତ୍ତମାନ ସେ କାହାକୁ ଭେଟୁ ନାହାଁନ୍ତି କିମ୍ବା ତାଙ୍କ କୋଠରୀରୁ ବାହାରକୁ ଆସୁ ନାହାଁନ୍ତି ।

Show More

Related Articles

Back to top button