ଦେଶ ବିଦେଶମୁଖ୍ୟ ଖବର

ବ୍ରିଟେନରେ ୨୪ ଘଣ୍ଟାରେ ୯୦ ହଜାରରୁ ଅଧିକ କେସ୍

ଲଣ୍ଡନ ପାଇଁ ବଢିଲା ଭୟ

ବ୍ରିଟେନରେ କରୋନାର ଡ଼ବଲ ଆଟାକ୍ । ଦିନକୁ ଦିନ ବଢିଚାଲିଛି ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ବ୍ରିଟେନରେ ୯୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୟୁକେ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁୟାୟୀ ଇଂଲଣ୍ଡରେ ଓମିକ୍ରନ ମାମଲା ବଢିବାରେ ଲାଗିଛି । ଏଠାରେ ୧୧୧ ଜଣଙ୍କ ଜୀବନ ନେଇଛି ମହାମାରୀ । ଇଂଲଣ୍ଡରେ ଆର ଭାଲ୍ୟୁ ଗତ ସପ୍ତାହ ତୁଳନାରେ ବଢିଯାଇଛି । ଏହାର ଅର୍ଥ ପ୍ରତି ୧୦ ସଂକ୍ରମିତ ଏକାସଂଗେ ୧୦ ରୁ ୧୨ ଜଣଙ୍କୁ ସଂକ୍ରମିତ କରିପାରୁଛି ।

ଏଥିିରୁ ସ୍ପଷ୍ଟ ଜଣାପଡୁଛି ଯେ, ଏଠାରେ କେତେ ମାତ୍ରାରେ ବ୍ୟାପୁଛି ମହାମାରୀ । ଫଳରେ ଭାରତ ପାଇଁ ବିପଦ ବଢିଛି । କାରଣ ଏଠାେ ମଧ୍ୟ ଓମିକ୍ରନ ସଂକ୍ରମଣ ଶହେ ଟପିଛି । ଏହାରି ଭିତରେ ଭାରତର ୧୧ ରାଜ୍ୟକୁ ଛୁଇଁ ସାରିଲାଣି କରୋନାର ନୂଆ ମ୍ୟୁଟାଣ୍ଟ । ସୂଚନା ଅନୁସାରେ ମହାରାଷ୍ଟ୍ରରେ ୩୨, ଦିଲ୍ଲୀରେ ୨୦, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୮, ତେଲେଙ୍ଗାନାରେ ୭, କେରଳ ଓ ଗୁଜୁରାଟରେ ୫, ପଶ୍ଚିମବଙ୍ଗ, ଆନ୍ଧ୍ର ଏବଂ ତାମିଲନାଡୁରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button