ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଆମେରିକା ବିଶେଷଜ୍ଞ: ତୃତୀୟ ଲହର ସହ ଲଢ଼ିବାକୁ ହେଲେ ଟୀକା ନେବା ନିହାତି ଜରୁରୀ

କରୋନା ମହାମାରୀର ଦୁଇବର୍ଷ ପରେ ସଯୁକ୍ତ ରାଷ୍ଟ୍ର ଆମେରିକାରେ ପୁଣିଥରେ ବିପଦ ଦେଖାଦେଇଛି । ଆଉ ଏହି ବିପଦ ହେଉଛି ଓମିକ୍ରନ ଅର୍ଥାତ୍ କରୋନାର ନୂଆ ଭାରିଆଣ୍ଟ ।

ଟପ୍ ୟୁଏସ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫୌସି କହିଛନ୍ତି ଓମିକ୍ରନ ଅନେକ ସମସ୍ୟା ସୃଷ୍ଟି କରିପାରେ । ଏମିତିକି ମୃତ୍ୟୁର କାରଣ ମଧ୍ୟ ସାଜିପାରେ । ଫୌସି ଆହୁରି ମଧ୍ୟ କହିଛନ୍ତି ଯଦି ଏଧିକ ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି ତେବେ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ମଧ୍ୟ ଅଧିକ ହୋଇପାରେ । ଏଜେନ୍ସି ରିପୋର୍ଟ ଅନୁସାରେ କୋଭିଡ-୧୯ ମାମଲାରେ ହସ୍ପିଟାଲରେ ରୋଗୀ ଭର୍ତ୍ତି ହେବା ସଂଖ୍ୟା ଗତ ମାସରେ ୪୫ ପ୍ରତିଶତ ବୃଦ୍ଧି ପାଇଛି । ଯେଉଁଠି କି ମାମଲା ୪୦ ପ୍ରତିଶତ ବଢି ୧୨୩,୦୦୦ ନୂଆ କେସ୍ ସାମ୍ନାକୁ ଆସିଛି । ମୁଖ୍ୟ ଭାକସିନ ନିର୍ମାତା ଶୁକ୍ରବାର ଘୋଷଣା କରିଛନ୍ତି ମହାମାରୀ ୨୦୨୪ ଯାଏଁ ରହିବ । ଫଳରେ ୨ ରୁ ୪ ବର୍ଷ ବୟସ ପିଲାଙ୍କୁ ଟିକା ଦେବାରେ ବିଳମ୍ୱ ହୋଇପାରେ ।
ଥଣ୍ଡାଦିନେ ବଢିବ ମୃତ୍ୟୁ ସଂଖ୍ୟା ।

ଆମେରିକା ଅଧିକାରୀ କହିଛନ୍ତି ଏବେ ଚାଲିଛି ଥଣ୍ଡା ଋତୁ । ତେବେ ଏହି ଋତୁରେ ଲୋକଙ୍କୁ ଆହୁରି ଗମ୍ଭୀର ରୋଗର ସାମ୍ନା କରିବାକୁ ପଡିପାରେ । ଖାସ୍ କରି ଯେଉଁମାନେ ଟିକା ନେଇନାହାଁନ୍ତି ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ଏମିତି ସମସ୍ୟା ହେବ ଯେ, ମୃତ୍ୟୁ ସଂଖ୍ୟା ବି ବଢିପାରେ । ଗତ ସପ୍ତାହରେ ଆମେରକାରେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ତାଲିକା ବଢିଛି । ୟୁଏସ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନର ନିର୍ଦ୍ଦେଶକ ଡାଃ ରୋଶେଲ୍ ଓ୍ୱେଲାସିକି ଏହି ସୂଚନା ଦେଇଛନ୍ତି ।

Show More

Related Articles

Back to top button