Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଚୈତ୍ରମାସର ପ୍ରଥମ ମଙ୍ଗଳବାର

ଭୁବନେଶ୍ୱର- ଆଜି ଚୈତ୍ରମାସର ପ୍ରଥମ ମଙ୍ଗଳବାର । କାକଟପୁରର ଅଧିଷ୍ଠାତ୍ରୀ ଦେବା ମାଆ ମଙ୍ଗଳାଙ୍କ ପାଖରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ ।ଆଜି ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ । ପରମ୍ପରା ଅନୁଯାୟୀ କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପୀଠରେ ବେଶ ଧୁମ୍ ଧାମରେ ଚାଲିଛି ଝାମୁଯାତ୍ରା ତଥା ନେତ୍ର ଉତ୍ସବ । ଆଜିର ଦିନରେ ମା’ଙ୍କ ମନ୍ଦିରରେ ନୂତନ ନେତ ବନ୍ଧା ହେବାର ବିଧି ରହିଛି । ପାହାନ୍ତା ପ୍ରହରରୁ ମନ୍ଦିର ପହଡ଼ ଫିଟା ନୀତି ଆରମ୍ଭ ହୋଇ ମଙ୍ଗଳ ଆଳତି, ସ୍ନାନ ଓ ମଜଣା କରାଯାଇ ମା’ଙ୍କୁ ବେଶ କରାଯାଇଛି ।
ବେଶ ପରେ ଭକ୍ତଙ୍କ ପାଇଁ ସାହଣ ମେଲା ଦର୍ଶନ ଆରମ୍ଭ ହୋଇଛି । ବ୍ୟାରିକେଟ୍ ମଧ୍ୟରେ ଲମ୍ବା ଧାଡ଼ିରେ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ କରୁଛନ୍ତି ।

Show More

Related Articles

Back to top button