Breaking PLUSଦେଶମୁଖ୍ୟ ଖବର

ଗୋରଖପୁରରେ ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଦିନ ଗୋରକ୍ଷ ନଗରୀରେ ହୋଲି ଖେଳିଛନ୍ତି । ଆଳତୀ କରି ମୁଖ୍ୟମନ୍ତ୍ରୀ ଭଗବାନ ନରସିଂହଙ୍କ ଯାତ୍ରାର ଶୁଭାରମ୍ଭ କରିଥିଲେ । ଯାତ୍ରା ସମୟରେ ସେ ହୋଲି ଖେଳିଥିଲେ । ପୁରୁଣା ଅନ୍ଦଜାରେ ଯୋଗୀ ପୁଣି ଥରେ ଚଷମା ପିନ୍ଧିଥିବାର ନଜର ଆସିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ପର୍ବ ଓ ଉତ୍ସବର ଏହି ପରମ୍ପରା କହିଥାଏ ଯେ, ସନାତନ ଧର୍ମ ଶୋକ ଓ ସନ୍ତାପରେ ନୁହେଁ, ଉତ୍ସବ ଓ ଉମଙ୍ଗରେ ବିଶ୍ୱାସ ରଖିଥାଏ । ସହ ଅସ୍ତିତ୍ୱରେ ବିଶ୍ୱାସ ରଖିଥାଏ । ବସୁଧୈବ କୁଟୁମ୍ବକମରେ ବିଶ୍ୱାସ କରିଥାଏ । ସର୍ବେ ସନ୍ତୁ ନିରାମୟ ଭାବନାରେ ବଂଚିଥାଏ ।

Show More

Related Articles

Back to top button