Breaking PLUSଦେଶମୁଖ୍ୟ ଖବର

ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ୱାମୀ ସ୍ମରଣାନନ୍ଦ ବ୍ରହ୍ମଲୀନ

କୋଲକାତା- ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ୱାମୀ ସ୍ମରଣାନନ୍ଦ ମଙ୍ଗଳବାର ରାତିରେ 95 ବର୍ଷ ବୟସରେ ବ୍ରହ୍ମଲୀନ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସେ 2017ରେ ରାମକୃଷ୍ଣ ମିଶନର 16ତମ ଅଧ୍ୟକ୍ଷ ହୋଇଥିଲେ ।
ରାମକୃଷ୍ଣ ମିଶନ ପକ୍ଷରୁ ରାତିରେ ଏକ ବୟାନ ଜାରି କରି କୁହାଯାଇଛି, ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ପରମପୂଜ୍ୟ ଅଧ୍ୟକ୍ଷ ଶ୍ରୀମଦ ସ୍ୱାମୀ ସ୍ମରଣାନନ୍ଦ ମହାରାଜ ମଙ୍ଗଳବାର ରାତି 8.14ରେ ମହାସମାଧି ନେଇଛନ୍ତି । ସଂକ୍ରମଣ କାରଣରୁ ଜାନୁୟାରୀ 29ରେ ତାଙ୍କୁ ରାମକୃଷ୍ଣ ମିଶନ ସେବା ପ୍ରତିଷ୍ଠାନରେ ଭର୍ତ୍ତି କରାଯାଇଥିଲା ।

Show More

Related Articles

Back to top button